Masthead

ଜିଲ୍ଲାପାଳଙ୍କ ହାତରେ ଠାକୁରଙ୍କ ଭାଗ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଶ୍ୱ ମହାମରୀ କୋଭିଡ଼୍-୧୯ ସମସ୍ତଙ୍କୁ ଅଛୁଆ କରି ଦେଇଛି । କାମ ଧନ୍ଦା ବନ୍ଦ । ସମସ୍ତେ ଘରେ ହାତଯୋଡି ବସିଛନ୍ତି । ଠାକୁର ଦର୍ଶନ ଦୀର୍ଘଦିନ ହେଲା ଭକ୍ତର ଭାଗ୍ୟରେ ଜୁଟୁନି । ଠାକୁର କେମିତି ଅଛନ୍ତି ଜାଣିପାରୁନି ଭକ୍ତ । ପ୍ରସାଦ କଥା ପଚାରେ କିଏ । ମନ୍ଦିର ଆଗରେ ନତମସ୍ତକ ହୋଇ ଭକ୍ତ ବିକଳରେ କହୁୁଛି ପ୍ରଭୁ, ତୁମକୁ ତୁମେ ରକ୍ଷା କର । ଠାକୁର ବିନା ଭକ୍ତ ପାଗଳ । ଶୁଖିଗଲାଣି ବଗିଚାର ଫୁଲ, ତୁଳସୀ ଓ ଦୟଣା । ମନ୍ଦିର ଆଗରେ ଦୀପ, ଧୂପ ଓ ଭୋଗ ବିକ୍ରି କରି ପରିବାର ଚଳାଉଥିବା ଲୋକମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ସେବାୟତଙ୍କ କଥା ନକହିଲେ ଭଲ । ଭକ୍ତ ମନ୍ଦିରକୁ ଆସୁନଥିବାରୁ ଦକ୍ଷିଣା, ପାଉଣା ସବୁ ବନ୍ଦ । ପରିବାର ଚଳାଇବା କଷ୍ଟକର ହୋଇପଡୁଛି ।

ମହାମାରୀ କରୋନାର ପ୍ରକୋପ ଧୀରେ ଧୀରେ ହ୍ରାସ ପାଇଲାଣି । ପ୍ରତି କ୍ଷେତ୍ର ସ୍ୱାଭାବିକ ହେଉଥିବା ବେଳେ ମନ୍ଦିର ଖୋଲିବାକୁ ନେଇ ସରକାର ଦ୍ୱନ୍ଦ୍ୱରେ ଅଛନ୍ତି । ମନ୍ଦିର ଖୋଲିବା ଦାବିରେ ସେବାୟତମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନଙ୍କୁ ଭକ୍ତଟିଏ ସମର୍ଥନ କରିବା ସ୍ୱାଭାବିକ । ଏଭଳି ସ୍ଥିତିରେ ସରକାରଙ୍କ ଚୈତନ୍ୟ ଉଦୟ ହୋଇଛି । ରାଜ୍ୟ ମୁଖ୍ୟ ଶାସନ ସଚୀବ ଅସିତ ତ୍ରିପାଠୀ ସମସ୍ତ ଜିଲ୍ଲାପାଳମାନଙ୍କୁ ଏକ ଚିଠି କରିଛନ୍ତି । ଜିଲ୍ଲାପାଳମାନେ ହେବେ ଠାକୁରଙ୍କ ଭାଗ୍ୟ ବିଧାତା ।

କୋଭିଡ଼ କଟକଣା ଭିତରେ ମନ୍ଦିର ଖୋଲିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ପୁରୀ ଶ୍ରୀମନ୍ଦିର ସମେତ ଦେବୋତ୍ତେର ବିଭାଗ ଅଧୀନରେ ଥିବା ମନ୍ଦିରଗୁଡିକ ଖୋଲିବା ପାଇଁ ଚାଲିଛି ବିଚାର ବିମର୍ଷ । ଜିଲ୍ଲାପାଳମାନେ ସମସ୍ତ ଅଂଶୀଦାରମାନଙ୍କ ସହ ଆଲୋଚନା କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଦଶଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ଜିଲ୍ଲାପାଳମାନଙ୍କ ଦିଆଯାଇଛି ନିର୍ଦ୍ଦେଶ । ମନ୍ଦିର ଖୋଲିବ କି ନାହି, ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନିଷ୍ପତି ଜିଲ୍ଲାପାଳଙ୍କ ହାତରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ