Masthead

ଆସୁଛି ବାତ୍ୟା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା ଉପରେ ପଡ଼ିବ ପ୍ରଭାବ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ୯ ତାରିଖ ଦିନ ଲଘୁଚାପର ରୂପ ନେବ । ଏହା ଧୀରେଧୀରେ ବାତ୍ୟାର ରୂପ ନେଇ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ । ୧୧ ତାରିଖ ବେଳକୁ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଅତିକ୍ରମ କରିବ । ପାଣିପାଗ ବିଭାଗ ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି ।

ବାତ୍ୟାର ପ୍ରଭାବ ଓଡ଼ିଶା ଉପକୂଳରେ ପଡ଼ିବ । ୮ ଓ ୯ ତାରିଖ ଓଡ଼ିଶା ପାଇଁ ଏପର୍ଯ୍ୟନ୍ତ ସେପରି କିଛି ସତର୍କ ସୂଚନା ନାହିଁ । ୧୦ ତାରିଖଠାରୁ ଓଡ଼ିଶା ଉପକୂଳ ଜିଲ୍ଳା ବାଲେଶ୍ୱର, ଗଞ୍ଜାମ, ଗଜପତି, ଢେଙ୍କାନାଳ, ନୟାଗଡ଼, ରାୟଗଡ଼ା, କୋରାପୁଟ, କନ୍ଧମାଳ, ମାଲକାନଗିରି ଭଳି ଜିଲ୍ଳାରେ ଘୁର୍ଣ୍ଣିଝଡ଼ ଓ ବର୍ଷା ସମ୍ଭାବନା ରହିଛି ।

ତେବେ ୧୧ ତାରିଖ ଓଡ଼ିଶା ଉପକୂଳ ସମେତ ଦକ୍ଷିଣରେ ବାତ୍ୟାର ପ୍ରଭାବ ପଡ଼ିବ । ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବହିବ । ପୁରୀ ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନ ବହିବା ସହ ଉଚ୍ଚ ଜୁଆର ଆସିବ । ଗଞ୍ଜାମରେ ବର୍ଷା ଓ ପବନ ଅଧିକ ଅନୁଭୂତ ହେବ । ଖୋର୍ଦ୍ଧା, ନୟାଗଡ଼, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଭଳି ଜିଲ୍ଲାରେ ପବନ ଓ ବର୍ଷାର ପ୍ରଭାବ ରହିବ ।

୧୨ ତାରିଖ ମଧ୍ୟ ବାତ୍ୟାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ବାତ୍ୟାର ରୂପରେଖ ଓ କେଉଁଠାରେ ଏହା ଭୂଭାଗ ସ୍ପର୍ଶ କରିବା କିମ୍ବା ସମୁଦ୍ର ମଧ୍ୟରେ ଅତିକ୍ରମ କରିବ ତାହା ୧୦ ତାରିଖ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ