Masthead

ଧାନ ବିକ୍ରିରେ ଅନିୟମିତତା

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଧାନ ବିକ୍ରିରେ ଅନିୟମିତତା । ଶୋଷଣ ହେଉଛନ୍ତି ଚାଷୀ ମାଲାମାଲ୍ ହେଉଛନ୍ତି ସମ୍ପାଦକ ଓ ମିଲର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଲଣା ସେବା ସମବାୟ ସମିତିରେ । ସରକାରଙ୍କ ପକ୍ଷରୁ ଲାଗୁ କରାଯାଇ ଥିବା ନିୟମକୁ ଖୁଲମ୍ ଖୁଲା ଭାବେ ଉଲଘଂନ କରୁଛନ୍ତି ସମ୍ପାଦକ ଆଉ ମିଲର । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଲଣା ପ୍ରାଥମିକ କୃଷି ସମବାୟ ସମିତି ରେ ମୋଟ ଚଳିତ ବର୍ଷ ୫୭୫ ଜଣ ଚାଷୀ ନିଜର ନାମ ପଞ୍ଜିକୃତ କରିଥିବା ବେଳେ ୯୫୦୦କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ କ୍ରୟ କରିବା ପାଇଁ ନିଷ୍ପତି ହୋଇଥିଲା ।

କିନ୍ତୁ ବର୍ତମାନ ସୁଦ୍ଧା ୮୭ ଜଣ ଚାଷୀଙ୍କ ଠାରୁ ୪୧୬୯ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। କିନ୍ତୁ ଏହି ଧାନ କିଣାରେ ଅନିୟମିତତା ଦେଖା ଦେଇଛି । କୁଇଣ୍ଟାଲ ପିଛା ତିନି କେଜି ଧାନ କାଟୁଛନ୍ତି ସମ୍ପାଦକ ଆଉ ମିଲର । ଯାହାକୁ ବିରୋଧ କରିଛନ୍ତି ଚାଷୀ । ମୁଖ୍ୟ କଥା ଏହି ସମବାୟ ସମିତି ପକ୍ଷରୁ ଯେତିକି ଚାଷୀ କୁ ମେସେଜ ମାଧ୍ୟମରେ ସୂଚନା ଦିଆଯାଇଥିଲେ ମଧ୍ୟ ସେତିକି ପରିମାଣରେ ଧାନ କୁ କ୍ରୟ କରୁନାହାନ୍ତି ସମ୍ପାଦକ ମିଲର। ଗାଡି ସମସ୍ୟା ଦେଖାଇ ଚାଷୀ ଙ୍କୁ ହଇରାଣ କରୁଛନ୍ତି । ତେବେ ଘଟଣା କୁ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚାଇବା ସହିତ ସମବାୟ ର ସମ୍ପାଦକ ଆଉ ମିଲର ଙ୍କ ଉପରେ କାର୍ୟ୍ୟନୁଷ୍ଠାନ ଦାବି କରିଛନ୍ତି ଚାଷୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା