Masthead

ମନି ଲଣ୍ଡରିଂ ମାମଲା: ଏନଏସଇର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ଜାମିନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ ): ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ମିଳିଲା ଜାମିନ । ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଚିତ୍ରା ରାମକୃଷ୍ଣଙ୍କୁ ଆଜି ଜାମିନ ଦେଇଛି ଦିଲ୍ଲୀ ହାଇକୋର୍ଟ । ଏହାପୂର୍ବରୁ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ କର୍ମଚାରୀଙ୍କ ଉପରେ ବେଆଇନ ଭାବେ ଫୋନ ଟାପିଙ୍ଗ ଏବଂ ଚୋରି ଅଭିଯୋଗରେ ଜାମିନ ପ୍ରଦାନ କରିଛନ୍ତି।  ପୂର୍ବରୁ ମନି ଲଣ୍ଡରିଙ୍ଗ୍‌ ମାମଲାରେ ଜାମିନ ମଞ୍ଜୁର ନ ଦେବା ବେଳେ ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତି କହିଥିଲେ, ‘ଆଇସେକ୍‌’ ନାମରେ ଗୋଟାଏ ସାଇବର୍‌ ସିକ୍ୟୁରିଟି କମ୍ପାନି ବେଆଇନ ଭାବେ ‘ଏନ୍‌ଏସ୍‌ଇ’ କର୍ମଚାରୀମାନଙ୍କ ଫୋନ୍‌ ଟ୍ୟାପିଙ୍ଗ୍‌ କରି ୪.୫୪ କୋଟି ଟଙ୍କା ଉପାର୍ଜନ କରିଛି। ସମ୍ଭାବ୍ୟ ସାଇବର ଆକ୍ରମଣର ସାମୟିକ ଅଧ୍ୟୟନ କରିବା ଆଳରେ ଏହି କମ୍ପାନି ‘ଏନ୍‌ଏସ୍‌ଇ’ କର୍ମଚାରୀମାନଙ୍କୁ ଫୋନ୍‌ କଲ୍‌ ସବୁ ଟ୍ୟାପିଙ୍ଗ୍‌ କରୁଥିଲା। ବେଆଇନ କାର୍ୟ୍ୟକଳାପ ଦ୍ୱାରା ‘ଆଇସେକ୍‌’କୁ ଅର୍ଥପ୍ରାପ୍ତ କରାଇବାକୁ ଅନୁମତି ଦିଆଯିବା କାରଣରୁ ‘ଏନ୍‌ଏସ୍‌ଇ’ର ଆର୍ଥିକ କ୍ଷତି ହୋଇଛି ବୋଲି ବିଚାରପତି କହିଥିଲେ।

ଚିତ୍ରା ରାମକୃଷ୍ଣ ଏପ୍ରିଲ ୨୦୧୩ରୁ ଡିସେମ୍ବର ୨୦୧୬ ଯାଏଁ ଏନ୍‌ଏସ୍‌ଇର ଏମ୍‌ଡି ଓ ସିଇଓ ଥିଲେ। ନିଜ କାର୍ୟ୍ୟକାଳ ସମୟ ସେ ହିମାଳୟନ ଯୋଗୀଙ୍କ ନିର୍ଦ୍ଦେଶରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ଚଳାଇବା ଏବଂ ସମ୍ବେଦନଶୀଳ ସୂଚନା ବାଣ୍ଟିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସିବିଆଇ ଯାଞ୍ଚ କରୁଥିବାବେଳେ ଚିତ୍ରା, ଆନନ୍ଦ ସୁବ୍ରମଣ୍ୟମ ଏବଂ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା। ଆନନ୍ଦ ସୁବ୍ରମଣ୍ୟମଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି ଯେ ସେ ଏନଏସଏ କାର୍ୟ୍ୟରେ ହସ୍ତକ୍ଷେପ କରୁଥିଲେ। ଏହା ସହିତ ସେ କର୍ମଚାରୀଙ୍କ ଫୋନକୁ ଟ୍ୟାପ୍ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ମାର୍ଚ ୨୦୨୨ରେ ‘ସିବିଆଇ’ ଚିତ୍ରା ରାମକୃଷ୍ଣଙ୍କୁ ଗିରଫ କରିଥିଲା। ଅଦାଲତ ଆଗୁଆ ଜାମିନ ଦେବାକୁ ମନା କରିଦେବାରୁ ତାଙ୍କୁ ହାଜତକୁ ନିଆଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି