Masthead

ଏରୋ ଇଣ୍ଡିଆ ଶୋ-୨୦୨୩ର ଉଦଘାଟନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତୀୟ ବାୟୁ ସେନା ଦେଖାଉଛି ସାହସ, ଶୌର୍ୟ୍ୟ ଓ ପରାକ୍ରମ। ସାରା ବିଶ୍ୱ ଦେଖୁଛି ଭାରତର ଆତ୍ମନିର୍ଭର ଏୟାର ପାୱାର। ଆଜି ବେଙ୍ଗାଲୁରୁରେ ଆରମ୍ଭ ହୋଇଛି ଏରୋ ଇଣ୍ଡିଆ ଶୋ-୨୦୨୩। ବାୟୁସେନାର ଏହି ଚମତ୍କାର ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି । ଏହା ଫେବୃଆରୀ ୧୭ ତାରିଖ ଯାଏ ଚାଲିବ। ୟେଲାହାଙ୍କା ଏୟାର ଫୋର୍ସ ଷ୍ଟେସନରେ ହେବାକୁ ଥିବା ଏହି ଏୟାର ସୋକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଦେଶବିଦେଶର ଏରୋ ସ୍ପେସ ନିବେଶକ ଏହି ଶୋ’ରେ ଭାଗନେଉଛନ୍ତି ।

ଚଳିତ ବର୍ଷ ୭୩୭ ପ୍ରଦର୍ଶନକାରୀ ଭାଗ ନେଉଛନ୍ତି । ସେଥିରୁ ୬୪୩ ଭାରତର ଏବଂ ଅନ୍ୟ ୩୦ ଦେଶର ୯୪ ପ୍ରଦର୍ଶନକାରୀ ଅଛନ୍ତି। ଏହି ଏୟାର ଶୋରେ, ହାଲର ୧୫ଟି ହେଲିକପ୍ଟର ଭାଗ ନେଉଛନ୍ତି । ଏହାସହ ଅତ୍ୟାଧୁନିକ ସୁପରସୋନିକ ଟ୍ରେନରର ମଡେଲ ପ୍ରଦର୍ଶିତ କରିବ ହାଲ । ଭାରତୀୟ ବାୟୁସେନା ଡ୍ରୋନ ଓ ଛୋଟ କମ୍ୟୁନିକେସନ ସାଟେଲାଇଟ ପ୍ରଦର୍ଶିତ କରିବା କାର୍ୟ୍ୟକ୍ରମ ରହିଛି। ଇଲେକ୍ଟ୍ରୋନିକ ୱାରଫେୟାର ବ୍ୟବସ୍ଥା ଓ ସୁପରସୋନିକ ଓ ଲଙ୍ଗରେଞ୍ଜ୍‌ ରକେଟ୍‌ ପ୍ରଦର୍ଶିତ ହେବ। ଏୟାର ଶୋ ଆରମ୍ଭ ପୂର୍ବରୁ ବିଭିନ୍ନ ବିମାନ ଓ ହେଲିକପ୍ଟର ରିହର୍ସଲ କରିଛନ୍ତି। ଚଳିତ ବର୍ଷ ଏୟାର ଶୋର ଏହା ହେଉଛି ୧୪ ତମ ସଂସ୍କରଣ। ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ’କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ନଗର ନିଗମ ଜାନୁୟାରୀ ୩୦ରୁ ଫେବୃଆରୀ ୨୦ ପର୍ୟ୍ୟନ୍ତ ମାଂସ ଦୋକାନ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼