Masthead

ମାତ୍ର କିଛି ଘଣ୍ଟା ପରେ ପୁଣି ୨ ନମ୍ବରକୁ ଖସିଲା ଟିମ ଇଣ୍ଡିଆ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆଇସିସି ଟେଷ୍ଟ ମାନ୍ୟତାର ପ୍ରଥମ ସ୍ଥାନ ହାସଲ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପୁଣି ଥରେ ଦୁଇ ନମ୍ବରକୁ ଖସିଛି ଭାରତ । ବୁଧବାର ଅପରାହ୍ନ ୧ଟା୩୦ରେ ଭାରତୀୟ ଦଳ ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ମାତ୍ର ସନ୍ଧ୍ୟା ହେଉ ହେଉ ଦଳ ଦ୍ଵିତୀୟ ସ୍ଥାନକୁ ଖସି ଆସିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ପୁଣି ଥରେ ଶୀର୍ଷକୁ ଉଠିଛି। ଏହି ଖବର କ୍ରିକେଟ୍ ପ୍ରଶଂସକଙ୍କୁ ଚକିତ କରିଛି। କାରଣ କୌଣସି ମ୍ୟାଚ୍ ସରିବା ପରେ କିମ୍ବା ସିରିଜ୍ ପରେ ଆଇସିସି ସଦ୍ୟତମ ମାନ୍ୟତା ଜାରି କରିଥାଏ।

ଗତ ମାସରେ ମଧ୍ୟ ଆଇସିସିର ଓ୍ଵେବସାଇଟ୍‌ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଭାରତ ଏକ ନମ୍ବର ସ୍ଥାନକୁ ଉଠିଥିଲା। ଆଉ ସେହି ସମୟରେ ବି ଦଳ କିଛି ଘଣ୍ଟା ଏକ ନମ୍ବର ସ୍ଥାନରେ ରହି ପୁଣି ଥରେ ଦ୍ଵିତୀୟ ସ୍ଥାନକୁ ଖସି ଆସିଥିଲା। ସେହିଭଳି ବୁଧବାର ଅପରାହ୍ନରେ ଆଇସିସିର ଓ୍ଵେବସାଇଟ୍‌ର ରାଙ୍କିଂ ଅପଡେଟ୍ ହେବାରୁ ଭାରତ ଖାତାରେ ୧୧୫ ରେଟିଂ ପଏଣ୍ଟ ଥିବା ଦେଖିବାକୁ ମିଳିଥିଲା।

ଆଉ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଥିଲା। ମାତ୍ର ସନ୍ଧ୍ୟା ହେଉ ହେଉ ମାନ୍ୟତାରେ ଅଚାନକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆ ୧୨୬ ପଏଣ୍ଟ ସହ ଟେଷ୍ଟ ମାନ୍ୟତାରେ ଶୀର୍ଷରେ ଥିବା ବେଳେ ଭାରତ ୧୧୫ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ