Masthead

ଭାରତୀୟ ବଂଶୋଦ୍ଭବ ୟୁଟ୍ୟୁବର ନୂଆ ସିଇଓ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତୀୟ ବଂଶୋଦ୍ଭବ ହେଲେ ୟୁଟ୍ୟୁବର ନୂଆ ସିଇଓ । ସୁସାନ ୱଜସିକିଙ୍କ ଇସ୍ତଫା ପରେ ନିଲ ମୋହନ ହେଲେ ନୂଆ ସିଇଓ । ୯ ବର୍ଷ ଧରି ଏହି ପଦରେ ରହିବା ପରେ ସୁସାନ ୱଜସିକି ଇସ୍ତଫା ଦେଇଛନ୍ତି । ଏହାପରେ ଗୁଗୁଲ ପକ୍ଷରୁ ନିଲ ମୋହନଙ୍କୁ ନିଯୁକ୍ତି ମିଳିଛି । ଏହାପୂର୍ବରୁ ନୀଲ ମୋହନ ୨୦୧୫ରୁ ୟୁଟ୍ୟୁବର ଚିଫ ପ୍ରଡକ୍ଚ ଅଫିସର ଦାୟିତ୍ୱରେ ଥିଲେ । ଅନ୍ତର୍ଜାତୀୟ ସ୍ତରରେ ଆଇଟି କମ୍ପାନୀରେ ଭାରତୀୟ ବଂଶୋଦ୍ଭବଙ୍କ ଦବଦବା ରହିଛି । ଏହାରି ଭିତରେ ନିଲ ମୋହନ ମଧ୍ୟ ସାମିଲ ହୋଇଛନ୍ତି । ଷ୍ଟାନଫୋର୍ଡ ୟୁନିଭରସିଟିରୁ ନୀଲ ମୋହନ ପାଠ ପଢିଛନ୍ତି । ନୀଲ ମୋହନ ମାଇକ୍ରୋସଫଟ, ଇନଟେଲ, ଆସେନଚର ଭଳି ବଡ ବଡ ଆଇଟି କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ । ଇସ୍ତଫା ଦେଇଥିବା ସୁସାନଙ୍କୁ ୨୦୧୪ରେ ୟୁଟ୍ୟୁବ୍ ସିଇଓ ଭାବେ ନିଯୁକ୍ତ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି