Masthead

ଭୁଷୁଡିବ ଋଷ ଅର୍ଥନୀତି, ୧୯୦ ବିଲିୟନ ଡଲାର କ୍ଷତି ସହିବା ଆକଳନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭୁଷୁଡିବ ଋଷ ଅର୍ଥନୀତି । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେବାରେ ଲାଗିଛି । ଅନ୍ୟପଟେ ଯୁଦ୍ଧ ଯୋଗୁ ଋଷର ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିଛି । ଋଷ ପ୍ରାୟ ୧୯୦ ବିଲିୟନ ଡଲାର ବା କ୍ରେମଲିନ୍ ୧୫ ଲକ୍ଷ ୭୨ ହଜାର ୫ଶହ ୪୪ କୋଟି ଟଙ୍କାରୁ ଅଧିକ କ୍ଷତି ସହିବା ଆକଳନ କରାଯାଇଛି । ଏନେଇ ବ୍ଲୁମବର୍ଗ ରିପୋର୍ଟ ପ୍ରକାଶ କରିଛି । ଋଷ ଯେଉଁ କ୍ଷତି ସହିବ ତାର ଅର୍ଥନୀତି ହଙ୍ଗେରୀ, କୁଏତ ଭଳି ଦେଶର ଜିଡିପି ସହ ସମାନ ହୋଇଯିବ ।

ଗତବର୍ଷ ଋଷର ଅଭିବୃଦ୍ଧି ୨ ଦଶମିକ ୫ ପ୍ରତିଶତ ହ୍ରାସ ପାଇବ ବୋଲି ଋଷର କେନ୍ଦ୍ରୀୟ ବ୍ୟାଙ୍କ ଆକଳନ କରିଥିଲା । ଯୁଦ୍ଧ ପୂର୍ବରୁ ଋଷକୁ ବିଶ୍ୱର ୫ଟି ବଡ ଅର୍ଥନୀତି ମଧ୍ୟରେ ରଖିବାକୁ ଚେଷ୍ଟା କରୁଥିବା ପୁଟିନଙ୍କ ସବୁ ଆଶା ଧୁଳିସାତ ହୋଇଯାଇଥିବା କୁହାଯାଉଛି । ଯଦି ଏହି ରିପୋର୍ଟ ସତ ହୁଏ, ତେବେ ଋଷର ଅର୍ଥନୀତି ବିଶ୍ୱର ୫୦ ବଡ ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ ନାହିଁ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା