Masthead

ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି, ତଦନ୍ତ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର: ତାରା ପ୍ରସାଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ବିଧାନସଭାର ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ନବ ଦାସ ହତ୍ୟାକାଣ୍ଡ ଓ ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଗୃହରେ ନାରାବାଜି କରିଥିଲେ ବିରୋଧୀ । ସେପଟେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ରହିଛି । ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ତଦନ୍ତ ସ୍ପଷ୍ଟ କରି ନାହାନ୍ତି ରାଜ୍ୟ ସରକାର ।

ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଗଣତନ୍ତ୍ର ଭୁଶୁଡି ଯାଇଛି । ଆଇନ ଶୃଙ୍ଖଳା ନାହିଁ । ସୋରଡ଼ା ଆଇଆଇସିର ମାମଲା ତଦନ୍ତ ହେଉନି । କୁହାଯାଉଛି, ସେ ଆତ୍ମହତ୍ୟା କରିଛନ୍ତି । ହେଲେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ସେପଟେ ରାଜ୍ୟରେ ମାତ୍ର ୪୦ ପ୍ରତିଶତ ଚାଷୀଙ୍କ ଧାନ କିଣା ହୋଇଛି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦଲାଲ । ରାଜ୍ୟପାଳ ବି ରାଜ୍ୟ ସରକାର ଦଲାଲ । ଗଣତନ୍ତ୍ର ନାହିଁ, ନିଯୁକ୍ତି ନାହିଁ, ଶିକ୍ଷକ, ଅଧ୍ୟାପକ, ଡାକ୍ତର ଅଭାବ । ଦଳିତ ଆଦିବାସୀ ଆଜି ହରଡ଼ ଘଣାରେ ଠେଲା ଯାଇଛି ।

ଗୃହରେ ଏ ସବୁ ପ୍ରସଙ୍ଗ ଉଠାଇବୁ । ରାଜ୍ୟ ସରକାର ଆଇନ ଶୃଙ୍ଖଳା କଥା ଅଭିଭାଷଣରେ କହିଲେନି । ଅର୍ଥାତ ସେ ଜାଣିଛନ୍ତି ଆଇନ ଶୃଙ୍ଖଳା ନାହିଁ । ଲକ୍ଷେ ଶିକ୍ଷକ ପଦ ଖାଲି । ୧୦୦୦କୁ ନିଯୁକ୍ତି ଦିଆଯାଇଛି । ସେ ପୁଣି ମଧ୍ୟ ଗୋପାଳର ଗତକାଲି ଯେଉଁ ଫୋଟୋ ଦେଖାଉଛି ତାହା ପ୍ରାୟୋଜିତ। କିଏ ମାରିଛ ଦେଖା ଯାଇନି । ଗୋପାଳ ଦାସଙ୍କୁ ପାଗଳ କହିଛନ୍ତି । ତା ଘର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ । ଏହା ପ୍ରାୟୋଜିତ ଫଟୋ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ