Masthead

ବିରୋଧୀ ଦଳ ନେତାଙ୍କୁ ମେଣ୍ଟାଲ୍ କେସ୍ କହିଲେ ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ପରେ ଏବେ ସରକାର ଓ ବିଜେଡିରେ କମ୍ପନ । ନବ ଦାସ ହତ୍ୟା ଘଟଣାରେ ୫-ଟି ସଚିବ ଓ ଯାଜପୁର ବିଧାୟକଙ୍କ କଲ୍ ରେକର୍ଡ ଯାଞ୍ଚ କରାଯାଉ କହିବା ପରେ ବିରୋଧୀ ଦଳ ନେତାଙ୍କୁ ପାଗଳ ଆଖ୍ୟା ଦେବାକୁ ଆଗେଇ ଆସିଛି ବିଜେଡି । ପ୍ରଥମେ ପ୍ରମିଳା ମଲ୍ଲିକ, ପ୍ରଶାନ୍ତ ମୁଦୁଲି, ଦେବୀ ମିଶ୍ର ଓ ଏବେ ସାଂସଦ ଅମର ପଟ୍ଟନାୟକ ଏହି ଦୌଡ଼ରେ ସାମିଲ ହୋଇଛନ୍ତି । ଅମର ପଟ୍ଟନାୟକ ଇଂରାଜୀରେ ଟ୍ୱିଟ୍ କରି ବିରୋଧୀ ଦଳ ନେତାଙ୍କୁ ମେଣ୍ଟାଲ୍ କେସ୍ କହିବାକୁ ପଛାଇନାହାନ୍ତି ।

ସେ ଇଂରାଜୀରେ ଟ୍ୱିଟ କରିଛନ୍ତି, ଯାହାର ଓଡ଼ିଆ ସାରାଂଶ ହେଉଛି- ନବ ଦାସ ହତ୍ୟାଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳ ନେତା ବିଳାପ କରୁଛନ୍ତି । ଦୁଇ ବ୍ୟକ୍ତିଙ୍କ ଉପରେ କାଦୁଅ ଛାଟୁଛନ୍ତି, ଯେଉଁମାନଙ୍କ ଏହି ଘଟଣାରେ କିଛି ବି କରିବାର ନାହିଁ । ଏହା ସହ ସେ ଲେଖିଛନ୍ତି, ମୁଁ ସ୍ଥିର ନିଶ୍ଚିତ ହେଲି ଯେ ଏହା ମେଣ୍ଟାଲ କେସ୍ ବା ପାଗଳର ପ୍ରଳାପ । ତାଙ୍କୁ ତୁରନ୍ତ ଚିକିତ୍ସା ଦରକାର । ଭାରତୀୟ ଜନତା ପାର୍ଟି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଦେଉ । ଏହା ସହ ସେ ଜୟନାରାୟଣ ଓ ପୋଲିସ ମଧ୍ୟରେ ମୁଥ ମରାମରି ଦିନର ଭିଡିଓ ଏହି ଟ୍ୱିଟରେ ସେୟାର କରିଛନ୍ତି । ଯାହା ସ୍ପଷ୍ଟ କରୁଛି ତାଙ୍କର ପାଗଳର ପ୍ରଳାପ ମନ୍ତବ୍ୟ ଜୟନାରାୟଣଙ୍କ ଉଦ୍ଦେଶ୍ୟରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼