Masthead

ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁଁ ଆଙ୍ଗୁଠି ହରାଇଲେ ଛାତ୍ର

ବସ୍ତା (ବଡ଼ ଖବର ବ୍ୟୁରୋ): ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁଁ ଆଙ୍ଗୁଠି ହରାଇଲା ତୃତୀୟ ଶ୍ରେଣୀ ଛାତ୍ର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବେଲଗାଁ କାଗଲପଡା ପ୍ରାଥମିକ ବିଦ୍ୟାଳୟରେ । ଗତ ଜାନୁୟାରୀ ମାସ ୨୮ ରେ ଏହି ବିଦ୍ୟାଳୟର ଦୁଇଜଣ ତୃତୀୟ ଶ୍ରେଣୀ ଛାତ୍ର ସ୍କୁଲକୁ ଆସି ପାଠ ପଢୁଥିବା ସମୟରେ‌ ସ୍କୁଲରୁ ବାହାରି ଏକ କଟୁରି ଆଣି ବାଉଁଶ ବାଡ଼ି କାଟିବା ପାଇଁ ଯାଇଥିଲେ । ବାଡ଼ି କାଟୁଟାଟୁ ସତ୍ୟମ ମାଝି ନାମକ ଜଣେ ପିଲାର ବାମ ହାତର ଆଙ୍ଗୁଠି କଟି ଦୁଇଖଣ୍ଡ ହୋଇ ଖସି ପଡିଥିଲା । ତେବେ ପିଲାଟି ଭୟରେ କାହାକୁ କିଛି ନଜଣାଇ ଘରକୁ ପଳାଇ ଆସିଥିଲ । ଏମିତିକି ପରିବାର ଲୋକଙ୍କୁ ମଧ୍ୟ ଭୟରେ ଜଣାଇ ନଥିଲ । ପରିବାର ଲୋକେ ଜାଣିବା ପରେ ପ୍ରାଥମିକ ଚିକିତ୍ସା କରାଇ ସ୍କୁଲର ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ ।

ଶିକ୍ଷୟତ୍ରୀ କୈାଣସି କଥା ନ ବୁଝିବାରୁ ସିଆରସିସି ଏବଂ ବିଇଓଙ୍କୁ ଜଣାଇଥିଲେ । ତେବେ ସିଆରସିସି ପିଲାର ପରିବାର ଲୋକଙ୍କୁ ଭେଟି ମାତ୍ର ୫ ଶହ ଟଙ୍କା କ୍ଷତିପୂରଣ ଦେଉଥିଲେ କିନ୍ତୁ ପରିବାର ଲୋକେ ଏହି ଅର୍ଥ ନେଇ ନାହାନ୍ତ । ତେବେ ଆଙ୍ଗୁଠିଟି ସମ୍ପୁର୍ଣ ଦୁଇଖଣ୍ଡ ହୋଇ ଯାଇଥିବା ବେଳେ ଏହାର ଅସ୍ତ୍ରୋପଚାର କରିବାର ଆବଶ୍ୟକତା ରହିଛି କିନ୍ତୁ ଏଦିଗରେ କୈାଣସି ପଦକ୍ଷେପ ନନେଇ ଚୁପ୍ ବସିଛନ୍ତି ଶିକ୍ଷକ । ଶିକ୍ଷାଧିକାରୀ ଏବଂ ସ୍କୁଲ ମେନେଜିଂ କମିଟି । ପିଲାର ସ୍ବାସ୍ଥ୍ୟାବସ୍ଥା ଧିରେ ଧିରେ ଖରାପ ହେଉଥିବାରୁ ତାର ଚିକିତ୍ସା କରାଇବା ସହିତ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ । ତେବେ ଏନେଇ ଶିକ୍ଷୟତ୍ରୀଙ୍କୁ ପଚାରିବାରୁ ଏତେ ପିଲାଙ୍କ ଦାୟିତ୍ଵ ନେବା ମୋ ପାଇଁ ମୋ ପକ୍ଷରେ ସମ୍ଭବ ନୁହେଁ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ