Masthead

କେଜରିୱାଲଙ୍କ ପିଏଙ୍କୁ ଇଡି ନୋଟିସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀର ଏକ୍ସାଇଜ ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପିଏଙ୍କୁ ଡକାଇଛନ୍ତି। ଏକ୍ସାଇଜ ସ୍କାମ ସମ୍ପର୍କରେ ଇଡି ପିଏଙ୍କୁ ପଚରାଉଚରା କରିବେ। ଇଡି କହିଛି କି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଅବକାରୀ ଦୁର୍ନୀତି ମାମଲାରେ କିଛି ପ୍ରଶ୍ନ ପଚରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ଇଡି ତରଫରୁ ନୋଟିସ ପଠାଯାଇଛି । ସୂଚନା ଅନୁସାରେ ଏହି ମାମଲାର ଯାଂଚ ଇଡି ଓ ସିବିଆଇ ମିଳିତ ଭାବେ କରୁଛନ୍ତି ।

ସିବିଆଇ ତରଫରୁ ରୁଜୁ କରାଯାଇଥିବା ଏଫଆଇଆର ଆଧାରରେ ଇଡି ଅର୍ଥ ହେରଫେର କ୍ରମରେ ଯାଂଚ କରୁଛି । ଇଡି ଏପର୍ଯ୍ୟନ୍ତ ଏହି ମାମଲାରେ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି । ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ପଚରାଉଚରା କରାଯାଇଛି। ସିବିଆଇ ଏହି ମାମଲାର ଯାଞ୍ଚ କରୁଛି। ଗତ ବର୍ଷ ନଭେମ୍ବରରେ ପ୍ରଥମ ଚାର୍ଜଶିଟ ଦାଖଲ କରାଯାଇଥିଲା। ଚାର୍ଜଶିଟରେ ଏପର୍ଯ୍ୟନ୍ତ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସମେତ ମୋଟ ୧୨ ଜଣଙ୍କ ନାମ ଦିଆଯାଇଛି। ଏହି ମନି ଲଣ୍ଡରିଂ ମାମଲା ସିବିଆଇ ଏଫଆଇଆର ଉପରେ ଆଧାରିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି