Masthead

ବାପା-ମାଙ୍କୁ ଘରୁ ତଡ଼ିଲେ ପୁଅ-ବୋହୂ, ମଶାଣି ସାଜିଲା ଆଶ୍ରୟସ୍ଥଳ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ):  ପୁଅଟିଏ ପାଇଁ ବାପା-ମା କେତେ ପୂଜା ଅର୍ଚ୍ଚନା କରିଥାନ୍ତି । ଜୀବନର ଶେଷ ସମୟରେ ସାହାରା ହେବେ । ମୃତୁ୍ୟ ପରେ କାନ୍ଧରେ ମଶାଣିକୁ ନେଇଯିବ । ଆଉ ମୁହଁରେ ନିଆଁ ଦବ । କିନ୍ତୁ ବାସ୍ତବରେ ସବୁ ଓଲଟା ଦେଖିବାକୁ ମିଳିଛି । ବାପା ମା ବଞ୍ଚି ଥାଉ ଥାଉ ପୁଅ ବୋହୂ ଘରୁ ବାହାର କରିଦେଇଛନ୍ତ । ଆଉ ବାଧ୍ୟ ହୋଇ ବାପା-ମା ସାହାରା ନେଇଛନ୍ତି ମଶାଣି ଘରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଆମ୍ବେରୀ ପଂଚାୟତ ବିଲ ଅରିଲୋ ଗ୍ରାମରେ । ବାବାଜୀ ସେଠୀ , କାଞ୍ଚନ ସେଠୀ । ପୁଅ ପ୍ରଶାନ୍ତ ଏବଂ ବୋହୁ ପ୍ରଭାତୀ ତାଙ୍କୁ ଘରୁ ବାହାର କରିଦେଇଛନ୍ତି ।

ଶେଷରେ ଗ୍ରାମରେ ଥିବା ମଶାଣି ଘର ତାଙ୍କର ଆଶ୍ରୟ ସ୍ଥଳ ପାଲଟିଛି । ଯୋଉଠି ଶବ ଦାହ କରାଯାଏ ସେଠି ରୋଷେଇ କରି ରାତି କାଟୁଛନ୍ତି । ସୂଚନା ଅନୁସାରେ ବାପା-ମା ଓ ପୁଅ-ବୋହୂଙ୍କ ଭିତରେ ବିବାଦ ଲାଗି ରହିଥିଲା । ସମାଧାନ ପାଇଁ ଗ୍ରାମର ନାଏବ ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପସ୍ଥିତିରେ ବୈଠକ ବସିଥିଲା । ବୋହୂ ସମସ୍ତଙ୍କୁ ଗାଳିଗୁଲଜ କରିବାରୁ ସମସ୍ତେ ଉଠି ପଳାଇଥିଲେ । ପରେ ବାପା-ମା ଥାନା ଦ୍ୱାରସ୍ଥ ହୋଇଥିଲେ । ଥାାନରେ ସମସ୍ୟାର ସମାଧାନ କରାଯାଇଥିଲା । କିନ୍ତୁ ଦୁଇ ଦିନ ପରେ ବାପା-ମାଙ୍କୁ ପୁଅ-ବୋହୂ ଘରୁ ତଡ଼ି ଦେଇଥିଲେ । ତଡ଼ା ଖାଇବା ପରେ ସେମାନେ ଶବଦାହ ଘରେ ଆଶ୍ରୟ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ