Masthead

ଯଦି ମନୀଷ ବିଜେପିରେ ମିଶିଯିବେ, ତେବେ ଜେଲରୁ ଖଲାସ ହୋଇଯିବେ: କେଜ୍ରିୱାଲା

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):  ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପ୍‌ ସରକାର କରିଥିବା ବିକାଶମୂଳକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବା ପାଇଁ ବିଜେପି ଏପରି ଗିରଫଦାରୀ କରାଇଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି। ମଦ ଦୁର୍ନୀତି ଘଟଣାକୁ ଗୋଟିଏ ବାହାନା ବୋଲି ସେ କହିଛନ୍ତି । ଯଦି ମନୀଷ ସିସୋଦିଆ ଆଜି ବିଜେପିରେ ମିଶିଯିବେ, ତା’ହେଲେ ଆସନ୍ତାକାଲି ସେ ଜେଲରୁ ଖଲାସ ହୋଇଯିବେ ବୋଲି ମଧ୍ୟ ଦାବି କରିଛନ୍ତି। ସିସୋଦିଆଙ୍କ ଗିରଫଦାରୀମାନେ ପ୍ରଥମଥର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି କେଜ୍ରିୱାଲ କହିଛନ୍ତି, “ଦୁର୍ନୀତି ଏଠାରେ ପ୍ରସଙ୍ଗ ନୁହେଁ।

ମନ୍ତ୍ରୀମାନେ କରୁଥିବା ଭଲ କାମକୁ ଅଟକାବା ହିଁ ଏଠାରେ ଏକମାତ୍ର ଲକ୍ଷ୍ୟ। ବିଜେପି ଏବେ ଆପକୁ ଅଟକାଇବାକୁ ଚାହୁଁଛି। ଶିକ୍ଷା ମନ୍ତ୍ରୀ ଭାବେ ସିସୋଦିଆ ପୂରା ଶିକ୍ଷା ବ୍ୟବସ୍ଥାକୁ ବଦଳାଇ ଦେଇଥିଲେ। ସତ୍ୟେନ୍ଦ୍ର ଜୈନ ଦିଲ୍ଲୀକୁ ମହଲା କ୍ଲିନିକ ଦେଇଛନ୍ତି। ସେମାନେ ଭାରତକୁ ଗୌରାବନ୍ୱିତ କରିଛନ୍ତି। ବିଜେପି ଶାସିତ ରାଜ୍ୟଗୁଡ଼ିକରେ ସେମାନେ ଦୀର୍ଘ ବର୍ଷ ଧରି ଗୋଟିଏ ଭଲ ସ୍କୁଲ କିମ୍ବା ହସ୍ପିଟାଲ କରିପାରୁ ନଥିବା ବେଳେ ଦିଲ୍ଲୀରେ ସବୁ କିଛି ହୋଇପାରିଛି। ଏବେ ଏଥିରେ ବାଧା ସୃଷ୍ଟି କରାଯାଉଛି। କିନ୍ତୁ ମୁଁ ଦିଲ୍ଲୀବାସୀଙ୍କୁ ନିଶ୍ଚିତ କରିବାକୁ ଚାହେଁ ଯେ ସବୁ କିଛି ଚାଲୁ ରହିବ। ଦିଲ୍ଲୀରେ ହେଉଥିବା ଭଲ କାମ ଦ୍ରୁତ ଗତିରେ ଆଗକୁ ଯିବ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!