Masthead

ଯଦି ମନୀଷ ବିଜେପିରେ ମିଶିଯିବେ, ତେବେ ଜେଲରୁ ଖଲାସ ହୋଇଯିବେ: କେଜ୍ରିୱାଲା

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):  ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପ୍‌ ସରକାର କରିଥିବା ବିକାଶମୂଳକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବା ପାଇଁ ବିଜେପି ଏପରି ଗିରଫଦାରୀ କରାଇଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି। ମଦ ଦୁର୍ନୀତି ଘଟଣାକୁ ଗୋଟିଏ ବାହାନା ବୋଲି ସେ କହିଛନ୍ତି । ଯଦି ମନୀଷ ସିସୋଦିଆ ଆଜି ବିଜେପିରେ ମିଶିଯିବେ, ତା’ହେଲେ ଆସନ୍ତାକାଲି ସେ ଜେଲରୁ ଖଲାସ ହୋଇଯିବେ ବୋଲି ମଧ୍ୟ ଦାବି କରିଛନ୍ତି। ସିସୋଦିଆଙ୍କ ଗିରଫଦାରୀମାନେ ପ୍ରଥମଥର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି କେଜ୍ରିୱାଲ କହିଛନ୍ତି, “ଦୁର୍ନୀତି ଏଠାରେ ପ୍ରସଙ୍ଗ ନୁହେଁ।

ମନ୍ତ୍ରୀମାନେ କରୁଥିବା ଭଲ କାମକୁ ଅଟକାବା ହିଁ ଏଠାରେ ଏକମାତ୍ର ଲକ୍ଷ୍ୟ। ବିଜେପି ଏବେ ଆପକୁ ଅଟକାଇବାକୁ ଚାହୁଁଛି। ଶିକ୍ଷା ମନ୍ତ୍ରୀ ଭାବେ ସିସୋଦିଆ ପୂରା ଶିକ୍ଷା ବ୍ୟବସ୍ଥାକୁ ବଦଳାଇ ଦେଇଥିଲେ। ସତ୍ୟେନ୍ଦ୍ର ଜୈନ ଦିଲ୍ଲୀକୁ ମହଲା କ୍ଲିନିକ ଦେଇଛନ୍ତି। ସେମାନେ ଭାରତକୁ ଗୌରାବନ୍ୱିତ କରିଛନ୍ତି। ବିଜେପି ଶାସିତ ରାଜ୍ୟଗୁଡ଼ିକରେ ସେମାନେ ଦୀର୍ଘ ବର୍ଷ ଧରି ଗୋଟିଏ ଭଲ ସ୍କୁଲ କିମ୍ବା ହସ୍ପିଟାଲ କରିପାରୁ ନଥିବା ବେଳେ ଦିଲ୍ଲୀରେ ସବୁ କିଛି ହୋଇପାରିଛି। ଏବେ ଏଥିରେ ବାଧା ସୃଷ୍ଟି କରାଯାଉଛି। କିନ୍ତୁ ମୁଁ ଦିଲ୍ଲୀବାସୀଙ୍କୁ ନିଶ୍ଚିତ କରିବାକୁ ଚାହେଁ ଯେ ସବୁ କିଛି ଚାଲୁ ରହିବ। ଦିଲ୍ଲୀରେ ହେଉଥିବା ଭଲ କାମ ଦ୍ରୁତ ଗତିରେ ଆଗକୁ ଯିବ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ