Masthead

୪୦ ଲକ୍ଷ ଲାଞ୍ଚ ନେଲାବେଳେ ଧରାପଡ଼ିଲେ ବିଜେପି ବିଧାୟକଙ୍କ ପୁଅ

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): ୪୦ ଲକ୍ଷ ଲାଞ୍ଚ ନେଉଥିବା ବଳେ ଧରାପଡ଼ିଲେ ବିଜେପି ବିଧାୟକଙ୍କ ପୁଅ । ବିଜେପି ବିଧାୟକ ମଦଲ ବିରୁପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମାଡାଲ ତାଙ୍କ କାର୍ଯ୍ୟାଳୟରୁ ଲାଞ୍ଚ ନେଉଥିବାବେଳେ ଲୋକାୟୁକ୍ତ ଅଧିକାରୀମାନେ ରେଡ କରିଥିଲେ । ପ୍ରଶାନ୍ତ ମଣ୍ଡଳଙ୍କ କାର୍ଯ୍ୟାଳୟରୁ ୧.୭ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ବିଧାୟକ ବ୍ୟତୀତ ବିରୁପକ୍ଷପ୍ପା କର୍ଣ୍ଣାଟକା ସାବୁନ ଓ ଡିଟର୍ଜେଣ୍ଟସ ଲିଃର ଅଧ୍ୟୟ ମଧ୍ୟ ଅଛନ୍ତି।

ହେଲେ ତାଙ୍କ ପୁଅ ନିଜ ଅଫିସ ଭିତରେ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଲୋକାୟୁକ୍ତ ଅଧିକାରୀ କହିଛନ୍ତି ଯେ ପ୍ରଶାନ୍ତ ନିୟମିତ ଲାଞ୍ଚ ନେଉଥିବା ଗୁରୁବାର ସକାଳେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପାଇବା ପରେ ଲୋକାୟୁକ୍ତର ଅଧିକାରୀମାନେ ଆକ୍ସନ ମୋଡକୁ ଆସିଥିଲେ । ଯୋଜନା ଅନୁସାରେ ଜଣେ ବ୍ୟକ୍ତି ପ୍ରଶାନ୍ତଙ୍କ ଅଫିସରେ ପହଞ୍ଚିବା ସହ ନଗଦ ୪୦ ଲକ୍ଷ ଟଙ୍କା ଦେଇଥିଲେ। ସେ ଏହାକୁ ଗ୍ରହଣ କରୁଥିବା ବେଳେ ଲୋକାୟୁକ୍ତ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତେବେ ଏତେ ପରିମାଣର ଟଙ୍କା କେଉଁ କାମ ପାଇଁ ନେଉଥିଲେ, ସେକଥା ଜଣାପଡ଼ିନି।

ସେପଟେମଦଲ ବିରୁପାକ୍ଷପ୍ପାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଲୋକାୟୁକ୍ତ ଦୁର୍ନୀତି ନିବାରଣ ଶାଖା ଚଢ଼ଉ କରି ୮ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି। ବିଧାୟକଙ୍କୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିବା ବେଳେ ତାଙ୍କ ପୁଅ ପ୍ରଶାନ୍ତ ମଦଲ ନଗଦ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ବିଧାୟକ ଓ ତାଙ୍କ ପୁଅଙ୍କ କାରନାମା ରାଜ୍ୟ ବିଜେପି ପାଇଁ ଘୋର ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଅନ୍ୟପଟେ  ବିଧାୟକ ତାଙ୍କ ପଦରୁ ଇସ୍ତଫା ଦେଇଥିବା ବେଳେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଘୋଷଣା କରିଛନ୍ତି।  ଦୁର୍ନୀତି ଅଭିଯୁକ୍ତ ବିଧାୟକଙ୍କୁ ପୁଲିସ ଠାବ କରିପାରିନଥିବା ବେଳେ ସେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି