Masthead

ସରିଲା ବିଜୁ ଲିଗାସି, ଏଣିକି ନବୀନ… ନବୀନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜୁ ଲିଗାସି ଶେଷ । କାଲିଠୁ ଖାଲି ନବୀନ, ନବୀନ । ବିଜୁବାବୁଙ୍କ ଜୟନ୍ତୀରୁ ବିଜେଡିରେ ଆରମ୍ଭ ହେବାକୁ ଆଉ ଏକ ନୂଆ ଅଧ୍ୟାୟ । ୨୦୨୪ ନିର୍ବାଚନରେ ବିଜୁ ବ୍ରାଣ୍ଡ ନୁହେଁ, ବିଜେଡିର ନବୀନ ବ୍ରାଣ୍ଡ । ଆମେ ସଙ୍କଳ୍ପ ନେଇ ଗଢିବୁ ସଶକ୍ତ. ସ୍ୱାଭିମାନୀ ଓ ସମୃଦ୍ଧ ଓଡ଼ିଶା । ଏହା ଥିଲା ବିଜୁବାବୁଙ୍କ ସଙ୍କଳ୍ପ । ଏହି ସଙ୍କଳ୍ପ ନବୀନ ଓଡ଼ିଶାରେ ପ୍ରତିଫଳିତ ହେବ । ୯୦ ଦଶକରେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ବିଜୁବାବୁ ରାଜ୍ୟବାସୀଙ୍କ ହୃଦୟ ଜିତିଥିଲେ ନବୀନ ଓଡ଼ିଶାରେ ତାହିଁ ହେବ ମୂଳ ମୁଦ୍ଦା ବୋଲି ବିଜେଡି ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି ।

ସେପଟେ ବିଜେଡିର ବ୍ରାଣ୍ଡ ନବୀନକୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଜେଡି ପ୍ରଧାନମନ୍ତ୍ରୀଙ୍କୁ ଫଲୋ କରୁଛି । ଆମର ଲକ୍ଷ୍ୟ ସବକା ସାଥ୍, ସବକା ବିଶ୍ୱାସ । ଏହାକୁ ଆଧାର କରି ଚାଲିଛୁ । ଗୋଟିଏ ପରେ ଗୋଟିଏ ରାଜ୍ୟରେ ସରକାର ଗଠନ କରନ୍ତୁ । ମୋଦିଙ୍କ ଲୋକ ଲୋକପ୍ରିୟତାରେ ବିଜେଡି ନର୍ଭସ । ସେଥିପାଇଁ ବ୍ରାଣ୍ଡିଙ୍ଗ, ରିବ୍ରାଣ୍ଡିଙ୍ଗ ଏବଂ ପ୍ୟାକେଜିଙ୍ଗ କରୁଛନ୍ତି । କିନ୍ତୁ ସେମାନେ ସବୁ କ୍ଷେତ୍ରରେ ଫେଲ ମାରିବେ ବୋଲି ଅପରାଜିତା କହିଛନ୍ତି । ତେଣେ କଂଗ୍ରେସ କଟାକ୍ଷ କରିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ରାମାୟଣର ଭରତଙ୍କ କଠାଉ ପୂଜାର ଉପାଖ୍ୟାନ ଦେଇ ବିଜେଡିକୁ କଟୁ ସମାଲୋଚନା କରିଛନ୍ତି ।

ବିଜୁବାବୁ ଦେଖିଥିବା ସ୍ୱପ୍ନ ପୂରଣ କରିବାରେ ତାଙ୍କ ପୁଅ ନବୀନଙ୍କୁ ଲାଗିଲା ୨୩ ବର୍ଷ । ନବୀନ ଦେଖୁଥିବା ସ୍ୱପ୍ନ ପୂରଣ ପାଇଁ ତାଙ୍କ ରାଜନୈତିକ ଉତ୍ତରାଧିକାରୀଙ୍କୁ କେତେ ବର୍ଷ ଲାଗିବ? ଭୁବନେଶ୍ୱରରୁ ଭିଡିଓ ଜର୍ଣ୍ଣାଲିଷ୍ଟ ଗୁରୁପ୍ରସାଦଙ୍କ ସହ ପ୍ରଶାନ୍ତ ଦାସଙ୍କ ରିପୋର୍ଟ ବଡ଼ ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ