Masthead

ବିଜୁ ଜୟନ୍ତୀ ବନାମ କଳା ଦିବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏପ୍ରିଲ ୨୪ରେ ସମଗ୍ର ଦେଶ ପାଳୁଛି ପଞ୍ଚାୟତିରାଜ ଦିବସ । ଓଡିଶା ଏକମାତ୍ର ରାଜ୍ୟ ଯିଏ କି ମାର୍ଚ୍ଚ ୫ ରେ ଏହାକୁ ପାଳନ କରୁଛି । ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟିର ଦୁର୍ନୀତି ହେଉଛି । ତାକୁ ବିରୋଧ କରି ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ବିଜେପି ରାଜ୍ୟର ୩୧୪ ବ୍ଲକରେ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିବ । ହାତରେ କଳା କପଡା ବାନ୍ଧି ବିଜେପି ବିରୋଧ ପ୍ରଦର୍ଶନ କରିବ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ପ୍ରସଙ୍ଗ ନେଇ ବିଜେଡି ଉପରେ ବର୍ଷିଛି କଂଗ୍ରେସ ।

ବିରୋଧୀ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ସରକାରୀ ଦଳରର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ରୋଧୀଦଳ ସଙ୍କଳ୍ପ ନେଇଛି ସବୁ କଥାକୁ ବିରୋଧ କରିବ । ଓଡ଼ିଶାର ବିକାଶକୁ ବିରୋଧ କରିବ । ଓଡ଼ିଶାର ସ୍ୱାଭିମାନକୁ ବିରୋଧ କରିବ । ଓଡ଼ିଶାର ସମସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିବ । ଏଥିରେ ଆମର କିଛି କହିବାର ନାହିଁ । ବିଜୁ ଜୟନ୍ତୀ ବା ପଞ୍ଚାୟତିରାଜ ଦିବସକୁ ବିଜେଡି ଧୁମଧାମରେ ପାଳନ କରିବାକୁ ଯାଉଛି । ତେଣେ ବିଜେପି ଏହାକୁ କଳାଦିବସ ଭାବେ ପାଳନ କରିବ ବୋଲି ଘୋଷଣା କରିଛି । ଓଡ଼ିଶା ଦେଖିବ ରେଜଲ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ