Masthead

ଚିନ୍ତା ବଢାଇଲାଣି ଇନଫ୍ଲ୍ୟୁଏଞ୍ଜା ଭୂତାଣୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚିନ୍ତା ବଢାଇଲାଣି ଇନଫ୍ଲ୍ୟୁଏଞ୍ଜା ଭୂତାଣୁ । ଇନଫ୍ଲ୍ୟୁଏଞ୍ଜା ଭୂତାଣୁ ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଚିନ୍ତାର ବିଷୟ ଏଚ୩ଏନ୨ ଭୂତାଣୁ ଯୋଗୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଜଣେ ବ୍ୟକ୍ତିଙ୍କର ହରିଆଣାରେ ହୋଇଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ କର୍ଣ୍ଣାଟକରେ ହୋଇଛି । ଯାହା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି । ସାରା ଦେଶରେ ବର୍ତ୍ତମାନ ଏଚ୩ଏନ୨ ଭୂତାଣୁ ଯୋଗୁ ୯୦ଟି ମାମଲା ସାମ୍ନାକୁ ଆସିଛି । ଭାରତରେ ବର୍ତ୍ତମାନ ଦୁଇ ପ୍ରକାରର ଇନଫ୍ଲ୍ୟୁଏଞ୍ଜା ଭୂତାଣୁ ଏଚ୧ଏନ୧, ଏଚ୩ଏନ୨ ଭୂତାଣୁ ଦେଖିବାକୁ ମିଳିଛି ।

ଏହି ଭାଇରସରେ ମଧ୍ୟ କୋଭିଡ ଭୂତାଣୁ ଭଳି । ଏହା ଦ୍ୱାରା ତଣ୍ଟି ଦରଜ, କାଶ, ଦେହ ଘୋଳାବିନ୍ଧା ହୋଇଥାଏ । ନାକରୁ ପାଣି ମଧ୍ୟ ବାହାରେ । ଏହି ଭାଇରସ ବାରମ୍ବାର ନିଜ ରୂପ ବଦଳାଇ ଥାଏ । ଏଚ୩ଏନ୨ ଯୋଗୁଁ ଶରୀର ରୋଗ ପ୍ରତିରୋଧ ଶକ୍ତି କମିଥାଏ । ଏହି ଭୂତାଣୁ ହଂକଂ ଫ୍ଲୁ ଭାବେ ମଧ୍ୟ ବେଶ ପରିଚିତ । ସେପଟେ ହରିଆଣାରେ ଏହି ଭୂତାଣୁର ମାମଲା ବଢିଚାଲିଛି । ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ହୋଇଛି । ସରକାର ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ହାଇଆଲର୍ଟ ଜାରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!