Masthead

ମୋଦି ସରକାର ଲାଲୁଙ୍କ ଉପରେ ମାନବିକତା ଦେଖାଇନାହାନ୍ତି: ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଇଡି ଶୁକ୍ରବାର ଚାକିରି ବଦଳରେ ଜମି ଘୋଟାଲା ମାମଲାରେ ମନି ଲଣ୍ଡରିଂ ସମ୍ବନ୍ଧିୟ ଯାଞ୍ଚ ଆଧାରରେ ବିହାରର କିଛି ସ୍ଥାନରେ ଓ ଅନ୍ୟ କିଛି ସ୍ଥାନରେ ଚଢାଉ କରିଥିଲା । ଏହାରି ଭିତରେ ଲାଲୁ ପ୍ରସାଦଙ୍କ ପରିବାର ଓ ଆରଜେଡିର ଅନ୍ୟ ନେତାଙ୍କ ପରିସରରେ ବି ଚଢାଉ କରାଯାଇଥିଲା । ଆରଜେଡି ମୁଖ୍ୟଙ୍କ ୩ ଝିଅଙ୍କ ବିଭିନ୍ନ ପରିସରରେ ବି ଚଢାଉ କରାଯାଇଥିଲା । ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମୋଦି ସରକାର ଏଜନ୍ସି ଗୁଡିକର ଦୂରୁପଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି ।

ଖଡ଼ଗେ କହିଛନ୍ତି, ଏବେ ପାଣି ମୁଣ୍ଡ ଉପରକୁ ଚାଲିଯାଇଛି ।ସେ ଟୁଇଟ କରି ଲେଖିଛନ୍ତି, ଗତ ୧୪ ଘଣ୍ଟା ହେବ ମୋଦି ଜି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଘରେ ଇଡିକୁ ବସାଇ ରଖିଛନ୍ତି । ତାଙ୍କର ଗର୍ଭବତୀ ପତ୍ନୀ ଓ ଭଉଣୀମାନଙ୍କୁ ହଇରାଣ କରାଯାଉଛି । ଲାଲୁ ପ୍ରସାଦ ଯାବଦ ଜଣେ ବରିଷ୍ଠ, ଅସୁସ୍ଥ ବ୍ୟକ୍ତି, ତଥାପି ମୋଦି ସରକାର ତାଙ୍କ ପ୍ରତି ମାନବିକତା ଦେଖାଇ ନ ଥିଲେ । ଏବେ ପାଣି ମୁଣ୍ଡ ଉପରକୁ ଚାଲିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା