ଅଦିନିଆ ଝଡ଼ରେ ଭାଙ୍ଗିଲା ଘର, ଲୋକେ କଲବଲ

କାଶୀପୁର (ବଡ଼ ଖବର ବ୍ୟୁରୋ):  ଅଦିନିଆ ଝଡ଼ରେ ଭାଙ୍ଗିଲା ଘର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ । ଝଡ଼ ଦ୍ୱାରା ବିଭିନ୍ନ ଅଞ୍ଚଳରେ କ୍ଷୟ କ୍ଷତି ହୋଇଛି । ଅଦିନିଆ ଝଡ଼ ଦ୍ୱାରା କାଶୀପୁର ବ୍ଲକରେ କୁଆ ପଥର ସହ ବିଜୁଳି ମାରି ବିଭିନ୍ନ ଅଞ୍ଚଳରେ ସ୍ଥିତି ସଙ୍ଗୀନ ରହିଛି । ଘରର ଆଜବେଷ୍ଟ ଗୁଡିକ ଉଡି ଯାଇଥିବାବେଳେ କୁଆ ପଥର ଦ୍ୱାରା ବହୁ ଆଜବେଷ୍ଟ ସହ ଗାଈଗୋରୁ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି ।

ପଣଷ ଗୁଡା, କଞ୍ଜାକଣା, ଡି. କରଳ ଏମିତି ଅନେକ ଗ୍ରାମରେ ଘର ଗୁଡିକରେ ବର୍ଷା ପାଣି ପଶି ବହୁ ଆଶାବାବପତ୍ର ନଷ୍ଟ ହୋଇଯାଇଛି ଅନ୍ୟପଟେ ବିଜୁଳି ଦ୍ୱାରା ରେଙ୍ଗା ପଞ୍ଚାୟତରେ ଗାଈ ଗୋରୁଙ୍କ ଜୀବନ ଚାଲି ଯାଇଥିବାବେଳେ କଞ୍ଜାକଣା ଗ୍ରାମର ଦୁଇଜଣ ପାଣି ଆଣିବାକୁ ନାଳକୁ ଯାଇଥିବାବେଳେ କୁଆ ପଥର ମାଡ଼ରେ ଗୁରୁତର ଅବସ୍ଥାରେ କାଶୀପୁର ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ସେପଟେ ଏନେଇ କାଶୀପୁର ତହସିଲଦାର କ୍ଷୟ କ୍ଷତି ଅଞ୍ଚଳ ଅନୁଧ୍ୟାନ କରୁଥିବା ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ