Masthead

ଅଦିନିଆ ଝଡ଼ରେ ଭାଙ୍ଗିଲା ଘର, ଲୋକେ କଲବଲ

କାଶୀପୁର (ବଡ଼ ଖବର ବ୍ୟୁରୋ):  ଅଦିନିଆ ଝଡ଼ରେ ଭାଙ୍ଗିଲା ଘର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ । ଝଡ଼ ଦ୍ୱାରା ବିଭିନ୍ନ ଅଞ୍ଚଳରେ କ୍ଷୟ କ୍ଷତି ହୋଇଛି । ଅଦିନିଆ ଝଡ଼ ଦ୍ୱାରା କାଶୀପୁର ବ୍ଲକରେ କୁଆ ପଥର ସହ ବିଜୁଳି ମାରି ବିଭିନ୍ନ ଅଞ୍ଚଳରେ ସ୍ଥିତି ସଙ୍ଗୀନ ରହିଛି । ଘରର ଆଜବେଷ୍ଟ ଗୁଡିକ ଉଡି ଯାଇଥିବାବେଳେ କୁଆ ପଥର ଦ୍ୱାରା ବହୁ ଆଜବେଷ୍ଟ ସହ ଗାଈଗୋରୁ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି ।

ପଣଷ ଗୁଡା, କଞ୍ଜାକଣା, ଡି. କରଳ ଏମିତି ଅନେକ ଗ୍ରାମରେ ଘର ଗୁଡିକରେ ବର୍ଷା ପାଣି ପଶି ବହୁ ଆଶାବାବପତ୍ର ନଷ୍ଟ ହୋଇଯାଇଛି ଅନ୍ୟପଟେ ବିଜୁଳି ଦ୍ୱାରା ରେଙ୍ଗା ପଞ୍ଚାୟତରେ ଗାଈ ଗୋରୁଙ୍କ ଜୀବନ ଚାଲି ଯାଇଥିବାବେଳେ କଞ୍ଜାକଣା ଗ୍ରାମର ଦୁଇଜଣ ପାଣି ଆଣିବାକୁ ନାଳକୁ ଯାଇଥିବାବେଳେ କୁଆ ପଥର ମାଡ଼ରେ ଗୁରୁତର ଅବସ୍ଥାରେ କାଶୀପୁର ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ସେପଟେ ଏନେଇ କାଶୀପୁର ତହସିଲଦାର କ୍ଷୟ କ୍ଷତି ଅଞ୍ଚଳ ଅନୁଧ୍ୟାନ କରୁଥିବା ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା