Masthead

ମହିଳାଙ୍କ ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଆଣିବ ‘ସାଞ୍ଚି’

ପୁରୀ(ବଡ଼ ଖବର ବ୍ୟୁରୋ): ମହିଳାଙ୍କ ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଆଣିବା ଏବଂ ମାସିକ ଋତୁସ୍ରାବର ସ୍ୱଚ୍ଛତା ପାଇଁ ମିଶନ ଆରମ୍ଭ କରିଛି। ଶ୍ରୀ ମେଟାଲିକ ପ୍ରାୟୋଜିତ ‘ସାଞ୍ଚି’ । ଶ୍ରୀ ମେଟାଲିକ ଅଧୀନରେ କାର୍ଯ୍ୟ କରୁଥିବା ଦ୍ରୌପଦୀ ଦେବୀ କଲ୍ୟାଣ ସଂଗଠନ ଜରିଆରେ ସଞ୍ଚି କାର୍ଯ୍ୟ କରୁଛି । ଓଡ଼ିଶାରେ ମହିଳା ସମାଜକୁ ମଜବୁତ କରିବା ସହ ସେମାନଙ୍କର ଶିକ୍ଷା, ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ୱ ଦେଉଛି ସାଞ୍ଚି। ବିଶେଷ ଭାବରେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସଶକ୍ତ କରିବା ଲକ୍ଷ୍ୟରେ ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ନିର୍ମିତ ଉଚ୍ଚମାନର ସାନିଟାରୀ ପ୍ୟାଡ଼ ଯୋଗାଇ ଦିଆାଉଛି । ମହିଳାଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ବୃଦ୍ଧି କରିବାକୁ ‘ସାଞ୍ଚି ‘ ଲକ୍ଷ୍ୟ ରଖିଛି।

ସାଞ୍ଚି ର ପ୍ରକଳ୍ପ ନିଦେ୍ଦଶିକା ଶାଳିନୀ କୈଶିକ କହିଛନ୍ତି ଋତୁସ୍ରାବର ସ୍ୱଛତା ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ । ସାଞ୍ଚି’ର ଉନ୍ମୋଚନ ଓଡ଼ିଶାରେ ମହିଳା ସଶକ୍ତିକରଣ ଦିଗରେ ଏକ ମାଇଲଖୁଣ୍ଟ । ମହିଳା ସଶକ୍ତିକରଣ ଓ ସମ୍ପ୍ରଦାୟର ବିକାଶ ପ୍ରତି ଏହି ବହୁମୁଖୀ ଆଭିମୁଖ୍ୟ ହିତାଧିକାରୀଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବ । ୨୦୦୨ ରେ ଶ୍ରୀ ମେଟାଲିକ ଲିମିଟେଡ଼ ଦ୍ୱାରା ପ୍ରତିଷ୍ଠିତ DDWO  ଏକ ଅଣ ଲାଭକାରୀ ସଂଗଠନ । ଏହି ସଂସ୍ଥା ଚାରୋଟି ବିଦ୍ୟାଳୟ ପରିଚାଳନା କରେ । ବିଦ୍ୟାଳୟଗୁଡିକ ନର୍ସରୀ ଠାରୁ ଆରମ୍ଭ କରି ମାଧ୍ୟମିକ ସ୍ତର ପର୍ୟ୍ୟନ୍ତ ଶିକ୍ଷା, ସଂଗୀତ, କଳା ଓ ସଂସ୍କୃତି ଶିକ୍ଷା ପ୍ରଦାନ କରିବା ସହିତ ଭିନ୍ନକ୍ଷମମାନଙ୍କ ପାଇଁ ଶିକ୍ଷା ଏବଂ ସହାୟତା ପ୍ରଦାନ କରିଥାଏ । ସାଞ୍ଚି ଏବଂ ଏହାର ମିଶନ ବିଷୟରେ ଅଧିକ ସୂଚନା ପାଇଁ www.mysaanchi.com ପରିଦର୍ଶନ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା