Masthead

ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣା, ଗୁରୁତର ହେଲେ ବୃଦ୍ଧା

ଆସ୍କା (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଆସିକା ଋଷକୁଲ୍ୟା ନଦୀ ଓ ବଡନଦୀ ସଙ୍ଗମ ସ୍ଥଳରେ ପିତୃପୁରଷଙ୍କ ଆତ୍ମାକୁ ଶାନ୍ତି ପାଇଁ ପବିତ୍ର ସ୍ନାନ ସାରି ଅସ୍ଥି ବିସର୍ଜନ କରି ଫେରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଲେ ଜଣେ ବୃଦ୍ଧା । ସେ ହେଲେ ବ୍ରହ୍ମପୁର ଜଗଦଳପୁର ଅଚଂଳର ଶୈଳ ଡାକୁଆ । ଶୈଳ ଆଜି ସକାଳୁ ଋଷିକୁଲ୍ୟା ସଙ୍ଗମ ସ୍ଥଳକୁ ଅସ୍ଥି ବିସର୍ଜନ ପାଇଁ ଆସିଥିଲେ । ପୂଜା ପାଠ ସାରି ନଦୀରେ ସ୍ନାନ ପରେ ଅସ୍ଥି ବିସର୍ଜନ କରିଥିଲେ ।

ଏହାପରେ ନିଜ ଗ୍ରାମକୁ ଫେରିବା ସମୟରେ ଆସିକା ପଲ୍ଲୀଛକ ସ୍ଥିତ ପୋଷ୍ଟମର୍ଟମ ଛକ ଠାରେ ଏକ ଟ୍ରକ ସହ ଧକ୍କା ହୋଇଥିଲେ । ଏଥିରେ ବୃଦ୍ଧା ଜଣକ ପଛ ଛକ ତଳେ ପଡିଯାଇଥିଲେ । ଯଦ୍ୱାରା ଟ୍ରକର ଚକଟି ତାଙ୍କ ଗୋଡ ଉପରେ ମାଡି ଚାଲିଯାଇଥିଲା । ବୃଦ୍ଧା ଜଣକ ତଳେ ପଡି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଂଜ୍ଞାହୀନ ହୋଇ ପଡି ଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ଓ ଉପସ୍ଥିତ ଜନସାଧାରଣଙ୍କ ସହାୟତାରେ ଆସିକା ମେଡିକାଲକୁ ଅଣାଯାଇଥିଲା ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କାର୍ଯ୍ୟରତ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତିରିତ କରିଥିବା ଜଣାଯାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଆସିକା ପୋଲିସ ଜବତ କରିଥିବା ବେଳେ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ