Masthead

ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣା, ଗୁରୁତର ହେଲେ ବୃଦ୍ଧା

ଆସ୍କା (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଆସିକା ଋଷକୁଲ୍ୟା ନଦୀ ଓ ବଡନଦୀ ସଙ୍ଗମ ସ୍ଥଳରେ ପିତୃପୁରଷଙ୍କ ଆତ୍ମାକୁ ଶାନ୍ତି ପାଇଁ ପବିତ୍ର ସ୍ନାନ ସାରି ଅସ୍ଥି ବିସର୍ଜନ କରି ଫେରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଲେ ଜଣେ ବୃଦ୍ଧା । ସେ ହେଲେ ବ୍ରହ୍ମପୁର ଜଗଦଳପୁର ଅଚଂଳର ଶୈଳ ଡାକୁଆ । ଶୈଳ ଆଜି ସକାଳୁ ଋଷିକୁଲ୍ୟା ସଙ୍ଗମ ସ୍ଥଳକୁ ଅସ୍ଥି ବିସର୍ଜନ ପାଇଁ ଆସିଥିଲେ । ପୂଜା ପାଠ ସାରି ନଦୀରେ ସ୍ନାନ ପରେ ଅସ୍ଥି ବିସର୍ଜନ କରିଥିଲେ ।

ଏହାପରେ ନିଜ ଗ୍ରାମକୁ ଫେରିବା ସମୟରେ ଆସିକା ପଲ୍ଲୀଛକ ସ୍ଥିତ ପୋଷ୍ଟମର୍ଟମ ଛକ ଠାରେ ଏକ ଟ୍ରକ ସହ ଧକ୍କା ହୋଇଥିଲେ । ଏଥିରେ ବୃଦ୍ଧା ଜଣକ ପଛ ଛକ ତଳେ ପଡିଯାଇଥିଲେ । ଯଦ୍ୱାରା ଟ୍ରକର ଚକଟି ତାଙ୍କ ଗୋଡ ଉପରେ ମାଡି ଚାଲିଯାଇଥିଲା । ବୃଦ୍ଧା ଜଣକ ତଳେ ପଡି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଂଜ୍ଞାହୀନ ହୋଇ ପଡି ଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ଓ ଉପସ୍ଥିତ ଜନସାଧାରଣଙ୍କ ସହାୟତାରେ ଆସିକା ମେଡିକାଲକୁ ଅଣାଯାଇଥିଲା ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କାର୍ଯ୍ୟରତ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତିରିତ କରିଥିବା ଜଣାଯାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଆସିକା ପୋଲିସ ଜବତ କରିଥିବା ବେଳେ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..