Masthead

ଦୀପାଲିଙ୍କ ନାଁରେ FIR

ଝାରସୁଗୁଡା (ବଡ଼ ଖବର ବ୍ୟୁରୋ): ଦୀପାଳି ଦାସ, ବିଶାଳ ଦାସଙ୍କ ବିରୋଧରେ ଏଫଆଇଆର । ୫୫୦ କିସାନ ସମାଜ ସଂଗଠନ ପକ୍ଷରୁ ବିଶାଳ ଦାସ ଓ ଦୀପାଳି ଦାସଙ୍କ ବିରୋଧରେ ଲାଇକେରା ଥାନାରେ ଏଫଆଇଆର ଦିଆଯାଇଛି । ୫୫୦ କିସାନ କୁଣହାଁ ସମାଜ ଜନଜାତି ବର୍ଗର ଅନ୍ତର୍ଭୁକ୍ତ । ଏହି ସମାଜର ଲୋକଙ୍କ ଜୀବନଯାପନ ଶୈଳୀ ଅତି ସାଧାରଣ । ସେମାନେ ସରଳ, ନିଷ୍କପଟ, ଶାନ୍ତିପ୍ରିୟ । ଏମାନେ ବିଭିନ୍ନ ସଂଗଠନ ନାମରେ ଗୋଷ୍ଠୀଗତ ଜୀବନ ଯାପନ କରିଥାନ୍ତି। ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସ ମୁଖ୍ୟ ଅତିଥି ଭାବରେ ୫୫୦ ଜାତି କିସାନ ସମାଜର ବିଶାଳ ସମାବେଶରେ ଯୋଗ ଦେବାପାଇଁ ଝାରସୁଗୁଡା ଜିଲ୍ଲାର ସମସ୍ତ ଗ୍ରାମ, ପଡାରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାନର ଏବଂ ପୋଷ୍ଟର ମାରିଛନ୍ତି। ସେଥିରେ ଉଭୟ ବିଶାଳ ଦାସ ଓ ଦୀପାଳି ଦାସଙ୍କ ବଡ଼ ବଡ଼ ଫଟୋ ଲଗାଯାଇଛି। କିନ୍ତୁ ଏଥିରେ କିସାନ ସମାଜର କୌଣସି କର୍ମକର୍ତ୍ତାଙ୍କ ଫଟୋ କିମ୍ବା ନାମ ଉଲ୍ଲେଖ ନାହିଁ। ଦିନ ଦ୍ୱିପହରରେ କିସାନ ସମାଜର ନାମ ଓ ଲୋଗୋକୁ ଚୋରି ଓ ଅପହରଣ କରି ଉଭୟେ ଭାଇ ଭଉଣୀ ପ୍ରଚାର କରୁଥିବା ଥାନାରେ ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି