ଦୀପାଲିଙ୍କ ନାଁରେ FIR

ଝାରସୁଗୁଡା (ବଡ଼ ଖବର ବ୍ୟୁରୋ): ଦୀପାଳି ଦାସ, ବିଶାଳ ଦାସଙ୍କ ବିରୋଧରେ ଏଫଆଇଆର । ୫୫୦ କିସାନ ସମାଜ ସଂଗଠନ ପକ୍ଷରୁ ବିଶାଳ ଦାସ ଓ ଦୀପାଳି ଦାସଙ୍କ ବିରୋଧରେ ଲାଇକେରା ଥାନାରେ ଏଫଆଇଆର ଦିଆଯାଇଛି । ୫୫୦ କିସାନ କୁଣହାଁ ସମାଜ ଜନଜାତି ବର୍ଗର ଅନ୍ତର୍ଭୁକ୍ତ । ଏହି ସମାଜର ଲୋକଙ୍କ ଜୀବନଯାପନ ଶୈଳୀ ଅତି ସାଧାରଣ । ସେମାନେ ସରଳ, ନିଷ୍କପଟ, ଶାନ୍ତିପ୍ରିୟ । ଏମାନେ ବିଭିନ୍ନ ସଂଗଠନ ନାମରେ ଗୋଷ୍ଠୀଗତ ଜୀବନ ଯାପନ କରିଥାନ୍ତି। ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସ ମୁଖ୍ୟ ଅତିଥି ଭାବରେ ୫୫୦ ଜାତି କିସାନ ସମାଜର ବିଶାଳ ସମାବେଶରେ ଯୋଗ ଦେବାପାଇଁ ଝାରସୁଗୁଡା ଜିଲ୍ଲାର ସମସ୍ତ ଗ୍ରାମ, ପଡାରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାନର ଏବଂ ପୋଷ୍ଟର ମାରିଛନ୍ତି। ସେଥିରେ ଉଭୟ ବିଶାଳ ଦାସ ଓ ଦୀପାଳି ଦାସଙ୍କ ବଡ଼ ବଡ଼ ଫଟୋ ଲଗାଯାଇଛି। କିନ୍ତୁ ଏଥିରେ କିସାନ ସମାଜର କୌଣସି କର୍ମକର୍ତ୍ତାଙ୍କ ଫଟୋ କିମ୍ବା ନାମ ଉଲ୍ଲେଖ ନାହିଁ। ଦିନ ଦ୍ୱିପହରରେ କିସାନ ସମାଜର ନାମ ଓ ଲୋଗୋକୁ ଚୋରି ଓ ଅପହରଣ କରି ଉଭୟେ ଭାଇ ଭଉଣୀ ପ୍ରଚାର କରୁଥିବା ଥାନାରେ ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!