Masthead

ଗୃହରେ କହିବାକୁ ଚିଠି ଲେଖି ଅନୁମତି ମାଗିଲେ ରାହୁଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧି ଲଣ୍ଡନରେ ଦେଇଥିବା ବିବୃତ୍ତିକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଦେଶ ମାଟିରେ ଦେଶକୁ ଅପମାନ କରିଥିବା ବିଜେପି ଅଭିଯୋଗ କରିଛି । ରାହୁଲ ଗାନ୍ଧୀ କ୍ଷମା ମାଗିବାକୁ ଦାବି କରିଛି । ରାହୁଲଙ୍କୁ ଲୋକସଭାରେ କିଛି କହିବାକୁ ଅନୁମତି ନ ମିଳୁ ବୋଲି ବିଜେପି ଜିଦ୍‌ ଧରିଥିଲା। ତେବେ ରାହୁଲ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ଗୃହରେ କହିବାକୁ ଅନୁମତି ମାଗିଥିଲେ। ଏହାପୂର୍ବରୁ ଗୁରୁବାର ରାହୁଲ ଲୋକ ସଭା ବାଚସ୍ପତିଙ୍କୁ ଭେଟି ଗୃହରେ କହିବା ପାଇଁ ଅନୁରୋଧ କରିଥିଲେ।

ରାହୁଲ କହିଥିଲେ, ସରକାରଙ୍କ ମନ୍ତ୍ରୀମାନେ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ଏଭଳି ପରିସ୍ଥିତିରେ ତାଙ୍କର କହିବାର ଅଧିକାର ଅଛି। ରାହୁଲଙ୍କ ଲଣ୍ଡନ ବିବୃତ୍ତିକୁ ନେଇ ସଂସଦରେ ଉତ୍ତେଜନା ଦେଖାଦେଇଛି। ଉଭୟ ଗୃହରେ ଭାରତୀୟ ଜନତା ଦଳର ଏମ୍‌ପିମାନେ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଜିଦ୍‌ ଧରିଥିବା ବେଳେ ଏପଟେ ବିରୋଧୀ ଆଦାନୀ ପ୍ରସଙ୍ଗରେ ହଟ୍ଟଗୋଳ କରୁଛନ୍ତି। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଗୋଟିଏ ଦିନ ସ୍ୱାଭାବିକ ଚାଲିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା