Masthead

ସରକାର ମେକ୍ ଇନ୍ ଓଡ଼ିଶାର ବିଫଳତାକୁ ନିଜେ ସ୍ୱୀକାର କରିଛନ୍ତି: ଜୟନାରାୟଣ ମିଶ୍ର

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ । ଏଭଳି କହି ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ଯେଉଁ ବିବୃତ୍ତି ଦେଇଛନ୍ତି ବୋଧହୁଏ ସେ ଗୃହ ବିଭାଗ ଦ୍ୱାରା ଆଗତ ହୋଇଥିବା ଶ୍ୱେତପତ୍ରକୁ ପଢ଼ି ନାହାନ୍ତି । ଶ୍ୱେତପତ୍ରରେ ଥିବା ତଥ୍ୟ ଅନୁସାରେ ୨୦୨୧ ତୁଳନାରେ ୨୦୨୨ରେ ଧର୍ତ୍ତବ୍ୟ ଅପରାଧ ହାର ୧୪.୬୫ % ବୃଦ୍ଧି ପାଇଛି ।

କିଛି ଦିନ ପୂର୍ବରୁ ଗୃହ ବିଭାଗ ଦେଇଥିବା ତଥ୍ୟ ଅନୁସାରେ ୨୦୨୨ରେ ରାଜ୍ୟରେ ୧୩୭୯ ହତ୍ୟା ଏବଂ ୩୧୮୪ ଦୁଷ୍କର୍ମ କେସ୍ ରୁଜୁ ହୋଇଛି । ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶାର ବିଫଳତାକୁ ନିଜେ ସ୍ୱୀକାର କରିଛନ୍ତି । ୨୦୧୬ ଓ ୨୦୧୮ରେ ଆସିଥିବା ମୋଟ ୨୮୬ଟି ପ୍ରସ୍ତାବରୁ ମାତ୍ର ୧୦୭ଟି ପ୍ରସ୍ତାବର ସହମତି ପ୍ରକାଶ ପାଇଛି ବୋଲି କହୁଛନ୍ତି, ଯାହା ୩୭ ପ୍ରତିଶତ । ୨୦୧୯-୨୦୨୨ ଭିତରେ ବିଦେଶୀ ପୁଞ୍ଜିନିବେଶରେ ଦେଶକୁ ଆସିଥିବା ୧୩ ଲକ୍ଷ ୪୨ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାରୁ ଓଡ଼ିଶାକୁ ଆସିଛି ମାତ୍ର ୦.୦୮ ପ୍ରତିଶତ । ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ ଅଫିସର ହତ୍ୟା କରିବାର ପ୍ରାୟ ୫୩ ଦିନ ବିତିବା ପରେ ମଧ୍ୟ ହତ୍ୟାର ସତ୍ୟାସତ୍ୟ ଦର୍ଶାଇବାରେ ସରକାର ବିଫଳ ହୋଇଛନ୍ତି ।

ରାଜ୍ୟରେ ଗତ ୧୦ ବର୍ଷରେ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ ୨୨୫ଟି ମାମଲାରୁ ମାତ୍ର ୧୦ଟି ମାମଲାରେ ଦୋଷୀକୁ ଦଣ୍ଡ ମିଳିଛି । ଏଥିରୁ କ’ଣ ପ୍ରମାଣିତ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀ କେବଳ ମିଛ କଥା କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରିଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ