Masthead

ଆଜି ଆଇପିଏଲରେ ମହାମୁକାବିଲା ; ମୁହାଁମୁହିଁ ହେବେ ଧୋନି-କୋହଲି

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଜି ଆଇପିଏଲର ଦ୍ୱିତୀୟ ମ୍ୟାଚରେ ଦେଖିବାକୁ ମିଳିବ ମହାମୁକାବିଲା । ଆଇପିଏଲର ତୟୋଦଶ ସିଜିନର ୨୫ତମ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଦୁବାଇରେ ସନ୍ଧ୍ୟା ୭.୩୦ରୁ ଖେଳାଯିବ ।
ଚେନ୍ନାଇ ଭଲ ପ୍ରଦର୍ଶନ କରିବାରେ ଲଗାତର ବିଫଳ ହୋଇଛି । ଚେନ୍ନାଇ ୬ଟି ମ୍ୟାଚରେ ମାତ୍ର ଦୁଇଟି ବିଜୟ ସହ ପଏଣ୍ଟେ ଟେବୁଲର ଷଷ୍ଠ ସ୍ଥାନରେ ଥିବାବେଳେ ବେଙ୍ଗାଲୋର ୫ଟି ମ୍ୟାଚରେ ୩ଟି ବିଜୟ ସହ ପଏଣ୍ଟେ ଟେବୁଲରେ ୫ମ ସ୍ଥାନରେ ରହିଛି। ଅର୍ଥାତ୍ ଉଭୟ ଦଳ ପଏଣ୍ଟେ ଟେବୁଲରେ ଟପ୍ ୪ ବାହାରେ ଅଛନ୍ତି । ଉଭୟ ଦଳ ଆଇପିଏଲ ଇତିହାସରେ ୨୪ଥର ମୁହାଁମୁହିଁ ହୋଇଥିବା ବେଳେ ଚେନ୍ନାଇ ୧୫ଥର ଜିତିଥିବା ବେଳେ ବାଙ୍ଗାଲୋର ୮ଥର ଜିତିଛି । ଉଭୟ ଦଳ ସେମାନଙ୍କର ପୂର୍ବ ମ୍ୟାଚ ପରାସ୍ତ ହୋଇଥିଲେ । ତେଣୁ ଆଜିର ମ୍ୟାଚରେ କିଛି ପରିବତ୍ତର୍୍ନ ହେବ ବୋଲି ଆଶା କରାଯାଉଛି । ଆଜି ଦୁଇ ଦଳ ମ୍ୟାଚକୁ ଜିତି ପଏଣ୍ଟେ ଟେବୁଲରେ ଉପରକୁ ଯିବା ପାଇଁ ଚେଷ୍ଟା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା