Masthead

ବାର ଆସୋସିଏସନର ନିର୍ବାଚନ, ଚାଲିଛି ଭୋଟ ଗ୍ରହଣ

କଟକ(ବଡ଼ ଖବର ବ୍ୟୁରୋ): ହାଇକୋର୍ଟ ବାର ଆସୋସିଏସନର ନିର୍ବାଚନ । ସକାଳ ୮ରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ଚଳ ଚଞ୍ଚଳ ହୋଇଛି ହାଇକୋର୍ଟ ପରିସର । ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତ ପ୍ରାର୍ଥୀ ନିଜ ସମର୍ଥକ ମାନଙ୍କ ସହିତ ପ୍ରସ୍ତୁତ । ଗ୍ରୀଷ୍ମ ତାପ ଠାରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରାର୍ଥୀ ମାନେ ଷ୍ଟଲ୍ ମାନ ପ୍ରସ୍ତୁତ କରିବା ସହିତ ପାନୀୟ ଜଳ ଯୋଗାଇ ଦେଉଛନ୍ତି। ଦିବ୍ୟାଙ୍ଗ ମାନଙ୍କ ପାଇଁ ହ୍ୱିଲ ଚେୟାର ବ୍ୟବସ୍ଥା କରା ଯାଇଛି ।

ୱାନ ବାର ୱାନ ଭୋଟ ନିୟମ ଅନୁଯାୟୀ ରାଜ୍ୟର ମୋଟ ୧୫୩ଟି ବାର ଆସୋସିଏସନର ଗୋଟିଏ ଦିନରେ ଭୋଟ ଗ୍ରହଣ କରାଯାଉଛି । ରାଜ୍ୟବ୍ୟାପୀ ମୋଟ ୩୩ ହଜାର ୪୩୪ ଜଣ ଆଇନଜୀବୀ ନିଜ ନିଜ ବାରଆସୋସିଏସନ ନେତୃତ୍ତ୍ୱଙ୍କୁ ନିର୍ବାଚିତ କରିବେ। ହାଇକୋର୍ଟ ବାର ଆସୋସିଏସନର ସଭାପତି, ସମ୍ପାଦକ ଏବଂ ୯ ଗୋଟି ଏକ୍‌ଜିକ୍ୟୁଟିଭ କମିଟି ସଦସ୍ୟ ପଦ ସମେତ ମୋଟ ୧୫ଟି ପଦବୀ ପାଇଁ ନିର୍ବାଚନ ଚାଲିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ