ପଞ୍ଜାବକୁ ୨ ରନରେ ପରାସ୍ତ କଲା କୋଲକାତା

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଇପିଏଲର ତ୍ରୟୋଦଶ ସିଜିନ ଯେତିକି ଆଗକୁ ବଢୁଛି ଖେଳରେ ରୋମାଞ୍ଚ ସେତିକି ବଢିବାରେ ଲାଗିଛି । ଆଜି ଆଇପିଏଲର ୨୪ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଏକ ରୋମାଞ୍ଚକର ମ୍ୟାଚରେ କିଙ୍ଗିସ୍ ଏକାଦଶ ପଞ୍ଜାବକୁ ୨ରନରେ ପରାସ୍ତ କରିଛି । ଏହି ପରାଜୟ ପରେ ପଞ୍ଜାବକୁ ଏକ ବଡ଼ ଝଟକା ଲାଗିଛି ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା କୋଲକାତାକୁ ଆରମ୍ଭରୁ ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହେବାକୁ ପଡିଥିଲା । ପରେ ଅଧିନାୟକ ଦିନେଶ କାର୍ତ୍ତିକ ଏବଂ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ ଦଳକୁ ସମ୍ଭାଳିଥିଲେ । ବିଶେଷ କରି କାର୍ତ୍ତିକ କ୍ରିଜକୁ ଆସିବା ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ମାତ୍ର ୨୨ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । କାର୍ତ୍ତିକ ଏବଂ ଗିଲ ଚତୁର୍ଥ ୱିକେଟ ପାଇଁ ୮୨ରନ ଯୋଡିଥିଲେ । ଉଭୟଙ୍କ ବ୍ୟାଟିଂ ବଳରେ କୋଲକାତା ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୬୪ରନ କରିପାରିଥଥିଲା । ପଞ୍ଜାବ ପକ୍ଷରୁ ଅକ୍ଷରଦୀପ ସିଂହ, ରବି ବିଶ୍ନୋଇ ଓ ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୧୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରାହୁଲ ଓ ମୟଙ୍କ ଆର୍କଷଣୀୟ ଖେଳ ଆରମ୍ଭ କରିଥିଲେ । ଉଭୟେ ଆଉଟ ହେବା ପରେ ପଞ୍ଜାବର ବିଜୟ ଆଶା ମଉଳି ଯାଇଥିଲା । ଫଳରେ ନିର୍ଦ୍ଧାରିତ ଓଭରରେ ପଞ୍ଜାବ ୫ ୱିକେଟ ହରାଇ ୧୬୨ ରନରେ ଅଟକି ଯାଇଥିଲା । କୋଲକାତା ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଏବଂ ସୁନିଲ ନାରିନ୍ ୨ଟି ୱିକେଟ ନେଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’