Masthead

ଆଖି ବୁଜିଲା ଚିତା ‘ଶାଶା’

ମଧ୍ୟପ୍ରଦେଶ(ବଡ଼ ଖବର ବ୍ୟୁରୋ): ଆଖି ବୁଜିଲା ଚିତା ‘ଶାଶା’ । ଗତବର୍ଷ ଆଫ୍ରିକା ମହାଦେଶ ନାମିବ୍ୟାରୁ ଆସିଥିଲା ‘ଶାଶା’ । ପୂର୍ବବର୍ଷ ୮ଟି ଚିତା ଭାରତ ଆସିଥିଲେ । ସେଥିରୁ ଗୋଟିଏ ଚିତାର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୮ ଚିତାକୁ ଛଡ଼ାଯାଇଥିଲା । ଗତକାଲି ମାଇ ଚିତା ‘ଶାଶା’ ଆଖି ବୁଜିଛି । ଜାନୁଆରୀ ୨୩ ତାରିଖରୁ ସେ ଅସୁସ୍ଥ ଥିଲା । କିଡନୀ ଜନିତ ସମସ୍ୟାରେ ପଡ଼ିତ ଥିଲା ‘ଶାଶା’ ।

ଚିକିତ୍ସା ପାଇଁ କ୍ୱାରେଣ୍ଟିନ୍ ଏନକ୍ଲୋଜରକୁ ପଠାଯାଇଥିଲା । ଚିକିତ୍ସା ପାଇଁ ମଧ୍ୟପ୍ରଦେଶ ସରକାର ଏକ ଏମର୍ଜେନ୍ସି ମେଡିକାଲ ଟିମ୍ ପଠାଇଥିଲେ । ବନ ବିହାର ଜାତୀୟ ଉଦ୍ୟାନର ମୁଖ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ଅତୁଲ ଗୁପ୍ତାଙ୍କ ନେତୃତ୍ୱରେ ଚିକିତ୍ସା କରାଯାଉଥିଲା । ପରବର୍ତ୍ତି ସମୟରେ ତାର ମୃତ୍ୟୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର