Masthead

ଶମ୍ଭୁନାଥଙ୍କ ଲାଗି ସରକାରୀ ସହାୟତା ସାତସପନ

ବାହାନଗା (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ଖନ୍ତାପଡ଼ା ପଞ୍ଚାୟତ ନଇଛଣପୁର ଗାଁର ଶମ୍ଭୁନାଥ ବେହେରା । ଲଗାଣ ବର୍ଷାରେ ଘର ଭୁଷୁଡ଼ି ପଡ଼ିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ତ୍ରୀ ଓ ପୁଅକୁ ନେଇ ଭଙ୍ଗାଘରେ ଦିନ କାଟୁଛନ୍ତି ଶମ୍ଭୁନାଥ । ଆବାସ ଯୋଜନାରେ ପକ୍କାଘର ଘର ଖଣ୍ଡେ ଲାଗି ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ଜଣାଇଥିଲେ ସୁଦ୍ଧା ଫଳାଫଳ ଶୂନ । ଏଣୁ ଭାଗ୍ୟ ଓ ଭଗବାନଙ୍କ ଭରସାରେ ଭଙ୍ଗା ଦଦରା ଘରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି ଶମ୍ଭୁନାଥ । ଦିନ ମଜୁରିଆ ଭାବେ କାମ କରୁଛନ୍ତି ଶମ୍ବୁନାଥ । ଯାହା ରୋଜଗାର କରନ୍ତି ସେତିକିରେ ତିନିପ୍ରାଣୀ କୁଟୁମ୍ବ ଚଳିବା କାଠିକର ପାଠ ।

ଗତ ବୁଲବୁଲ ବାତ୍ୟାରେ ଶମ୍ବୁନାଥଙ୍କ ଘରର କାନ୍ଥ ଭୁଷୁଡ଼ି ପଡିଥିଲା । ସହାୟତା ଲାଗି ଆରଆଇ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିଥିଲେ । ସେତେବେଳର ଆରଆଇ ରଶ୍ମୀରଞ୍ଜନ ସେଠୀ ଭଙ୍ଗାଘର ଦେଖିବାକୁ ଆସିଥିଲେ । ରଶ୍ମୀରଞ୍ଜନ କିନ୍ତୁ ଗାଡ଼ିରୁ ନଓହ୍ଲାଇ ତଦନ୍ତ କରିଥିଲେ । ଯେଉଁକାରଣରୁ ଶମ୍ଭୁନାଥ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଶେଷରେ ବାଧ୍ୟ ହୋଇ ଧାର ଉଦ୍ଧାର କରି ଭଙ୍ଗା ଘରର ମରାମତି କରିଥିଲେ ଶମ୍ଭୁନାଥ । ବିଡ଼ମ୍ବନାର ବିଷୟ, ଏବେ ଲଗାଣ ବର୍ଷାରେ ପୁଣିଥରେ ଶମ୍ଭୁନାଥଙ୍କ ଘର ଭୁଷୁଡି ପଡ଼ିଛି । ଭଗବାନଙ୍କ ଦୟାରୁ କାହାର କିଛି କ୍ଷତି ହୋଇନାହିଁ । ତଥାପି ଭଙ୍ଗା ଘରେ ଚଳିବା କଷ୍ଟ ହୋଇପଡ଼ୁଛି । ଆବାସ ଯୋଜନାରେ ଘର ଖଣ୍ଡେ ମିଳିଲେ ଉପକୃତ ହୁଅନ୍ତି ବୋଲି କହିଛନ୍ତି ଶମ୍ଭୁନାଥ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼