Masthead

ଶମ୍ଭୁନାଥଙ୍କ ଲାଗି ସରକାରୀ ସହାୟତା ସାତସପନ

ବାହାନଗା (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ଖନ୍ତାପଡ଼ା ପଞ୍ଚାୟତ ନଇଛଣପୁର ଗାଁର ଶମ୍ଭୁନାଥ ବେହେରା । ଲଗାଣ ବର୍ଷାରେ ଘର ଭୁଷୁଡ଼ି ପଡ଼ିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ତ୍ରୀ ଓ ପୁଅକୁ ନେଇ ଭଙ୍ଗାଘରେ ଦିନ କାଟୁଛନ୍ତି ଶମ୍ଭୁନାଥ । ଆବାସ ଯୋଜନାରେ ପକ୍କାଘର ଘର ଖଣ୍ଡେ ଲାଗି ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ଜଣାଇଥିଲେ ସୁଦ୍ଧା ଫଳାଫଳ ଶୂନ । ଏଣୁ ଭାଗ୍ୟ ଓ ଭଗବାନଙ୍କ ଭରସାରେ ଭଙ୍ଗା ଦଦରା ଘରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି ଶମ୍ଭୁନାଥ । ଦିନ ମଜୁରିଆ ଭାବେ କାମ କରୁଛନ୍ତି ଶମ୍ବୁନାଥ । ଯାହା ରୋଜଗାର କରନ୍ତି ସେତିକିରେ ତିନିପ୍ରାଣୀ କୁଟୁମ୍ବ ଚଳିବା କାଠିକର ପାଠ ।

ଗତ ବୁଲବୁଲ ବାତ୍ୟାରେ ଶମ୍ବୁନାଥଙ୍କ ଘରର କାନ୍ଥ ଭୁଷୁଡ଼ି ପଡିଥିଲା । ସହାୟତା ଲାଗି ଆରଆଇ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିଥିଲେ । ସେତେବେଳର ଆରଆଇ ରଶ୍ମୀରଞ୍ଜନ ସେଠୀ ଭଙ୍ଗାଘର ଦେଖିବାକୁ ଆସିଥିଲେ । ରଶ୍ମୀରଞ୍ଜନ କିନ୍ତୁ ଗାଡ଼ିରୁ ନଓହ୍ଲାଇ ତଦନ୍ତ କରିଥିଲେ । ଯେଉଁକାରଣରୁ ଶମ୍ଭୁନାଥ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଶେଷରେ ବାଧ୍ୟ ହୋଇ ଧାର ଉଦ୍ଧାର କରି ଭଙ୍ଗା ଘରର ମରାମତି କରିଥିଲେ ଶମ୍ଭୁନାଥ । ବିଡ଼ମ୍ବନାର ବିଷୟ, ଏବେ ଲଗାଣ ବର୍ଷାରେ ପୁଣିଥରେ ଶମ୍ଭୁନାଥଙ୍କ ଘର ଭୁଷୁଡି ପଡ଼ିଛି । ଭଗବାନଙ୍କ ଦୟାରୁ କାହାର କିଛି କ୍ଷତି ହୋଇନାହିଁ । ତଥାପି ଭଙ୍ଗା ଘରେ ଚଳିବା କଷ୍ଟ ହୋଇପଡ଼ୁଛି । ଆବାସ ଯୋଜନାରେ ଘର ଖଣ୍ଡେ ମିଳିଲେ ଉପକୃତ ହୁଅନ୍ତି ବୋଲି କହିଛନ୍ତି ଶମ୍ଭୁନାଥ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି