Masthead

ଶ୍ରୀରାମ ନାମରେ ପ୍ରକମ୍ପିତ ପୁରା ଦେଶ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଶ୍ରୀରାମ ନାମରେ ପ୍ରକମ୍ପିତ ପୁରା ଦେଶ । ଆଲୋକମାଳାରେ ସଜେଇ ହୋଇଛି । ଓଡ଼ିଶାର ଭଦ୍ରକ ବାଲେଶ୍ୱରରେ ବେଶ ଧୁମ ଧାମରେ ପାଳିତ ହୋଇଛି ଶ୍ରୀରାମ ନବମୀ । ମର୍ୟ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଜନ୍ମ ଅବସରରେ ପୁରା ସହର ଭଗୁଆ ରଙ୍ଗରେ ସଜେଇ ହୋଇଛି ।  ଜୟ ଶ୍ରୀରାମ ନାମରେ ପ୍ରକମ୍ପିତ ହୋଇଛି ପୁରା ଭଦ୍ରକ । ଅତ୍ୟ ଧୁମଧାମର ସହିତ ପାଳନ କରାଯାଇଛି ରାମ ନବମୀ । ୫ ଦିନ ଧରି ଭଦ୍ରକରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଗାନ୍ଧୀ ପଡ଼ିଆରେ ପୂଜା ଆୟୋଜିତ କରାଯାଇଥିଲା । ଭଗୁଆ ରଙ୍ଗରେ ସଜେଇ ହୋଇଛି ପୁରା ସହର । ସମଗ୍ର ଜିଲ୍ଲାରେ ଶ୍ରୀରାମଙ୍କର ମେଢ ପ୍ରତିଷ୍ଠା ହୋଇଛି । ମେଢ ଗୁଡିକ ଆଜି ଯଜ୍ଞ ପୂର୍ଣ୍ଣାହୂତି କରି ଭଦ୍ରକ ସହରରେ ପହଞ୍ଚିଛନ୍ତି । ବିଭିନ୍ନ ବାଦ୍ୟ ଯନ୍ତ୍ର ସହିତ ଅନେକ କାରୁକାର୍ୟ୍ୟରେ ସୁସଜିତ ହୋଇଛି । ଅପରାହ୍ନରେ ନେହେରୁ ଷ୍ଟାଡିୟମରୁ ଏକାଠି ହୋଇ ପ୍ରାୟ ୧୦୦ ରୁ ଅଧିକ ମେଢ ଶୋଭାଯାତ୍ରାରେ ବାହିଛନ୍ତି । ସେମାନେ ଶୋଭାଯାତ୍ରାରେ ଭଦ୍ରକ ସହରରେ ଧାଡିରେ ଛିଡା ହୋଇଛନ୍ତି । ଏହାପରେ ପୁରା ସହରରେ ଏହି ମେଢ ପରିକ୍ରମା କରିଛି । ସହରରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନଗର କୀର୍ତ୍ତନ ସମୟରେ ପୋଲିସ ୮ଟି ଡ୍ରୋନ କ୍ୟାମେରା ସହ କଣ୍ଟ୍ରୋଲ ରୁମରୁ ପୋଲିସ ନଜର ରଖିଛି । ଭଦ୍ରକ ପୌରାଧ୍ୟକ୍ଷ ଗୁଲମୋକ୍କି ହବିବ୍ଙ୍କ ଏକ ଚିତ୍ର ମଧ୍ୟ ଆଜି ଚର୍ଚ୍ଚାରେ ଥିଲା । ସେ ଜଣେ ମୁସଲମାନ ହୋଇଥିଲେ ମଧ୍ୟ ରାମଭକ୍ତ ମାନଙ୍କର ସେବା କରୁଥିବା ଦେଖିବାକୁ ମିଳିଥିଲା । ପ୍ରବଳ ଖରାରେ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ପୌରାଧ୍ୟକ୍ଷ ସରବତ୍ ବାଣ୍ଟିଥିଲେ ।

ବାଲେଶ୍ୱରରେ ମଧ୍ୟ ବେଶ ଧୁମଧାମରେ ପାଳିତ ହୋଇଛି ଶ୍ରୀରାମନବମୀ । ଗେରୁଆ ମୟ ହୋଇଥିଲା ସହର । ବିଭିନ୍ନ ପଡା ଏବଂ ଗାଁରୁ ଆସିଥିବା ମେଢ ବିଶାଳ ପଦଯାତ୍ରାରେ ନଗର ପରିକ୍ରମା କରିଥିଲେ । ଚଳିତ ବର୍ଷ ପଦଯାତ୍ରାର ଆକର୍ଷଣ ଥିଲା ଶ୍ରୀରାମ ଦରବାର, ଶ୍ରୀରାମ ଝାଙ୍କି, ପାରମ୍ପାରିକ ବାଦ୍ୟଯନ୍ତ୍ର ପ୍ରଦର୍ଶନ, ଗୋ ସୁରକ୍ଷା ରଥ , ଶିବାଜୀ ମହାରାଜ, କେଉଁଝର ବାଜା, ଢେଙ୍କାନାଳ ବାଜା, ମୟୁରଭଞ୍ଜ ନୃତ୍ୟ, ପିଲାମାନଙ୍କ ଦ୍ଵାରା ପୌରାଣିକ ବେଶଭୂଷା । ୪୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।  ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମର୍ୟ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ଉସଥବ ମୁଖର ପୁରପଲ୍ଲୀ । ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଛୀ ସମଗ୍ର ପରିବେଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ