ନାଟୋ ମେଣ୍ଟ ପାଇଁ ଭାରତକୁ ଅଫର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନାଟୋ ମେଣ୍ଟ ପାଇଁ ଭାରତକୁ ମିଳିଛି ଅଫର । ୪୦ ଦେଶର ସାମରିକ ମେଣ୍ଟ ହେଉଛି ନାଟୋ ବା ନର୍ଥ ଆଟଲାଣ୍ଟିକ ଟ୍ରିଟ ଅର୍ଗାନାଇଜେସନ । ଏଥିରେ ଯୋଗଦାନ ସମ୍ପର୍କରେ ନାଟୋର ଜଣେ ବରିଷ୍ଠ ଅଧିକାରୀ ପ୍ରଥମ ଥର ପାଇଁ ବିବୃତି ରଖିଛନ୍ତି । ନାଟୋର ଆମେରିକୀୟ ସ୍ଥାୟୀ ପ୍ରତିନିଧି ଜୁଲିଅନ୍ ସ୍ମିଥ୍ କହିଛନ୍ତି, ନାଟୋ ମେଣ୍ଟରେ ଯୋଗଦେବା ସମ୍ପର୍କରେ ଭାରତ ସହ ଅଧିକ ଆଲୋଚନା ପାଇଁ ଦ୍ୱାର ଖୋଲା ରହିଛି । ଦିଲ୍ଲୀରେ ଆୟୋଜିତ ବାର୍ଷିକ ରାୟସିନା ଡାୟଲଗ୍ସ ଅବସରରେ ନାଟୋ ଓ କେତେକ ଭାରତୀୟ ଅଧିକାରୀଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନ ହୋଇଥିଲା ।

ସ୍ମିଥ୍ କହିଛନ୍ତି, ନାଟୋରେ ଭାରତ ସାମିଲ ହେବା ପ୍ରସ୍ତାବ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ପୂର୍ବରୁ ଭାରତକୁ ପ୍ରସ୍ତାବ ଦିଆଯାଇ କୁହାଯାଇଥିଲା ଯେ ଆମେରିକାର ନାଟୋ ମେଣ୍ଟ ଭଳି ଭାରତ ସହ ଅଧିକ ସାମରିକ ସମ୍ପର୍କ ସ୍ଥାପନ କରିବାକୁ ଚାହେଁ । ଏବେ ନାଟୋରେ ୪୦ ଦେଶ ସଦସ୍ୟ ରହିଛନ୍ତି । ଏପ୍ରିଲ ୪ ଓ ୫ରେ ବ୍ରସେଲ୍ସଠାରେ ନାଟୋ ମେଣ୍ଟର ବିଦେଶ ମନ୍ତ୍ରୀମାନଙ୍କ ବୈଠକ ବସିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ