Masthead

ଭେଟ ନୀତିି ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୁଏ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାଖଳାରେ ରୁକୁୁଣା ରଥ । ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ୱର୍ଣ୍ଣାଦ୍ରିିବିଜେ ନୀତି । ରୁକୁଣା ରଥଯାତ୍ରାର କାଲି ଥିଲା ଷଷ୍ଠ ଦିନ । ପ୍ରଚଳିତ ପ୍ରଥା ଅନୁସାରେ ୬ ଦିନରେ ମହାପ୍ରଭୁ ମନ୍ଦିରକୁ ବିଜେ କରିନଥାନ୍ତି । ଦେବଦେବୀ ପୂର୍ବପରି ରଥାରୁଢ ଅଛନ୍ତି । ରବିବାର ରଥ ତିନିମୁଣ୍ଡିଆ ଛକର କିଛି ଦୁରରେ ଅଟକି ରହିଥିଲା । ସୋମବାର ଅପରାହ୍ନରେ ଆରମ୍ଭ ହୋଇଥିଲା ରଥ ଟଣା । ହରହର ମହାଦେବ, ଓଁ ନମଃ ଶିବାୟ ଧ୍ୱନୀରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ । ଏହା ସାଙ୍ଗକୁ ହୁଳହୁଳି ଓ ହରିବୋଲ ଧ୍ୱନୀରେ ରଥଦାଣ୍ଡ ଉଚ୍ଛୁଳି ପଡ଼ିଥିଲା ।

ଭକ୍ତମାନେ ରଥକୁ ଟାଣି ଟାଣି ମହାଖଳାରେ ଲଗାଇଥିଲେ । ପରମ୍ପରା ଅନୁସାରେ ରଥ ଗୋପାଳ ତୀର୍ଥ ମଠ ନିକଟରେ ପହଞ୍ଚିବା ମାତ୍ରେ ମାଆ ପାର୍ବତୀ ପାଲିଙ୍କି ଚଢି ବିଜେ ହୋଇଥିଲେ । ସେବାୟତଙ୍କ ଗହଣରେ ମାଆ ରଥ ନିକଟରେ ପହଞ୍ଚି ରଥ ପରିକ୍ରମା କରିଥିଲେ । ହେରାଦଶମୀରେ ମାଆଙ୍କ ରାଗ ଅଭିମାନ ପୁଣି ଦେଖିବାକୁ ମିଳିଥିଲା । ସାଙ୍ଗରେ ଭଉଣୀ ମାଆ ରୁକୁଣୀଙ୍କୁ ନେଇଥିଲେ ବି ତାଙ୍କୁ ମାଉସୀ ଘରକୁ ନେଇନଥିବା ରାଗରେ ମଆ ପାର୍ବତୀ ସୋମବାର ବି ରଥ ଭାଙ୍ଗି ପକାଇଥିଲେ । ମାଆ ପାର୍ବତୀ ଫେରି ଯିବା ପରେ ପୁଣି ରଥ ଆଗକୁ ବଢିଥିଲା ।

ମହାଖଳାରେ ପହଞ୍ଚିବା ପରେ ବନ୍ଧା ହୋଇଥିଲା ଚାରମାଳ । ରଥର ଦୁଇ ପାଶ୍ୱର୍ରେ ଲଗାଯାଇଥିଲା ନୂଆ ସିଡ଼ି । ଶହ ଶହ ଭକ୍ତରଥ ଉପରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ରାତି ୯ବେଳକୁ ସମାହିତ ହୋଇଥିଲା ଚାହାଣି ମଣ୍ଡପ ନୀତି । ମାଆ ପାର୍ବତୀ ଚାହାଣୀ ମଣ୍ଡପକୁ ବିଜେ କରିଥିଲେ । ରଥରେ ପ୍ରଭୁ ଶ୍ରୀଲିଙ୍ଗରାଜ ଓ ଚାହାଣୀ ମଣ୍ଡପରେ ମାଆ ପାର୍ବତୀ । ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଭେଟ ନୀତି । ବିଶ୍ୱାସ ଅଛି ଏହି ଭେଟ ନୀତିି ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୁଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼