Masthead

ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ, ୧ କେଜି ସୁନା ସହ ୭ ଲକ୍ଷ ଜବତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ ସିଟି ଜିଏସଟି ଅଧିକାରୀ ଚିତରଞ୍ଜନ ମହାନ୍ତି । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପରେ କାର୍ଯ୍ୟରତ ସିଟି ଜିଏସଟି ଅଧିକାରୀ ଚିତରଞ୍ଜନ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଟିମ । ୧ କେଜି ୧୩୫ ଗ୍ରାମ ସୁନା ଓ ୬ ଲକ୍ଷ ୫୯ ହଜାର ଟଙ୍କା ଜବତ । ଜବତ କରିଛି କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ । ଜବତ ସୁନା ମଧ୍ୟରେ ୧୯ ସୁନା ବିସ୍କୁଟ ରହିଛି । ଗତ ୩୧ ତାରିଖ ଦିନ ଚିତରଞ୍ଜନ ଏକ ଜିଏସଟି କେସ କ୍ଲୋଜ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।

ପରେ ଭିଜିଲାନ୍ସ ଟିମ ତାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଓ ଲକର ସମେତ ବାସଭବନ ଓ ଅନ୍ୟ ସ୍ଥାନରେ ଚଢାଉ କରି ଏଭଳି ବିପୁଳ ସମ୍ପତ୍ତି ଠାବ କରିଛି । ଏହା ସହିତ ଗୋଟିଏ ଆକ୍ଟିଭା ସ୍କୁଟର ଓ ଏକ କାର ସହ କଟକ ସିଡିଏରେ ୭୦ ଲକ୍ଷ ଟଙ୍କାର ଘର, ମ୍ୟୁଚୁଆଲ୍ ଫଣ୍ଡ ଓ ବୀମା , ବ୍ୟାଙ୍କ ଜମା ବାବଦରେ ୧ କୋଟି ୪ ଲକ୍ଷ ଠାବ ହୋଇଛି । ସେପଟେ ଏବେ ବି ଚଢାଉ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ