Masthead

ଓଡ଼ିଆକୁ ଅଣଦେଖା, କେନ୍ଦ୍ରକୁ ବିଜେଡିର ଟାର୍ଗେଟ

ଧର୍ମେନ୍ଦ୍ରଙ୍କୁ ନିଶାନା କଲେ ମାନସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶାସ୍ତ୍ରୀୟ ଭାଷା ଓଡ଼ିଆକୁ କେନ୍ଦ୍ରର ଅଣଦେଖା । ସଂସଦରେ ଉପସ୍ଥାପିତ ତଥ୍ୟରୁ ମିଳିଛି ଏଭଳି ସୂଚନା । ଯାହାକୁ ଆଧାରକରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେଡି ସାଂସଦ ମାନସ ମଙ୍ଗରାଜ ଏଘଟଣାରେ ଟ୍ୱିଟ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି । ସେ ଲେଖିଛନ୍ତି, ଭାରତର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ। ଏପରିକି ହିନ୍ଦୀ ଓ ବଙ୍ଗଳା ଭାଷାକୁ ମଧ୍ୟ ଏହି ମାନ୍ୟତା ମିଳିନାହିଁ। ମାତ୍ର ଦୁର୍ଭାଗ୍ୟର ବିଷୟ ହେଲା, ଓଡ଼ିଆ ଭାଷାର ଉନ୍ନତି ଲାଗି କେନ୍ଦ୍ର ସରକାର ଆଦୌ ଯତ୍ନବାନ ନୁହନ୍ତି। ୨୦୧୯-୨୦ ବର୍ଷରେ ଓଡ଼ିଆ ଭାଷା ପାଇଁ କେନ୍ଦ୍ରରୁ ଟଙ୍କାଟିଏ ମଧ୍ୟ ମିଳିନଥିବାବେଳେ ପରବର୍ତ୍ତୀ ୩ ବର୍ଷ ହେଲା ନଗଣ୍ୟ ଅନୁଦାନ ମିଳିଛି।

ଦେଶର ଅନ୍ୟ ଭାଷାଗୁଡ଼ିକ ତୁଳନାରେ ଓଡ଼ିଆ ଭାଷାକୁ କେନ୍ଦ୍ର ସରକାରଙ୍କ ଏତେ ଅବହେଳା କାହିଁକି? ସଂସ୍କୃତ ଭାଷାକୁ ଏତେ ଅଧିକ ଅନୁଦାନ ଦେଉଥିବା କେନ୍ଦ୍ର ପାଇଁ ଓଡ଼ିଆ ଭାଷା କଣ ସାବତ ପୁଅ ? ନିକଟରେ ରାଜ୍ୟସଭାରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଏ ପ୍ରସଙ୍ଗ ଉଠାଇଥିଲେ ମଧ୍ୟ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି।

ସବୁଠାରୁ ବଡ଼ ଦୁର୍ଭାଗ୍ୟର କଥା ହେଲା, ଖୋଦ୍‌ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଜଣେ ଓଡ଼ିଆ ହୋଇଥିଲେ ମଧ୍ୟ ସେ ଓଡ଼ିଆ ଭାଷାକୁ ଅଣଦେଖା କରି ଆସୁଛନ୍ତି। ଅଥଚ ଓଡ଼ିଶାରୁ କୋଟିଆ ଚାଲିଗଲା ବୋଲି ମିଥ୍ୟା ପ୍ରଚାର କରି ନାଟକବାଜି କରୁଛନ୍ତି। ଏଥିରୁ ଜଣାପଡୁଛି ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଓଡ଼ିଶା ବିଜେପି ନେତାମାନଙ୍କ ମନରେ ଓଡ଼ିଶା ଏବଂ ଓଡ଼ିଆ ଭାଷା ପ୍ରତି ତିଳେ ବି ଦରଦ ନାହିଁ ସାଂସଦ ମାନସ ମଙ୍ଗରାଜ ଲେଖିଛନ୍ତି । ତେବେ ଏହା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୌଣସି ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ମିଳିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼