Masthead

୧୦ରୁ ‘ଶ୍ରେଷ୍ଠ ଓଡ଼ିଆଣୀ’ ଉଦଯାପନୀ ଉତ୍ସବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରତିବର୍ଷ ପରି ଏଥର ବି ସମ୍ଭାବନା ପକ୍ଷରୁ ଆୟୋଜିତ ହୋଇଛି ଶ୍ରେଷ୍ଠ ଓଡ଼ିଆଣୀ ମହୋତ୍ସବ । ଆସନ୍ତା ୧୦ ତାରିଖରୁୁ ଓଡ଼ିଆ ମହୋତ୍ସବ ଓ ଓଡ଼ିଆ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଏକାମ୍ର ହାଟରେ ଅନୁଷ୍ଠିତ ହେବ । ଏକ ଭିନ୍ନତା ଓ ଅନନ୍ୟତାର ସ୍ୱାକ୍ଷର ବହନ କରି ଆୟୋଜିତ ହେଉଥିବା ଓଡ଼ିଆ ମହୋତ୍ସବ ଅଷ୍ଟାଦଶ ବର୍ଷରେ ପହଞ୍ଚିଛି । ସାଧାରଣତଃ ବିଭିନ୍ନ ଉତ୍ସବ ଓ ମହୋତ୍ସବରେ ନାଚ, ଗୀତ ଆଦି ମନୋରଞ୍ଜନକୁ ପ୍ରାଧାନ୍ୟ ମିଳୁଥିବା ବେଳେ ଏହି ମହୋତ୍ସବରେ ଓଡ଼ିଆ ପ୍ରଥା, ପରମ୍ପରା, ପରିଚୟ, ଭାଷା ଓ ସଂସ୍କୃତି ଆଧାରିତ । ଓଡ଼ିଆ ଅସ୍ତିତ୍ୱ, ଅସ୍ମିତାର ସୁରକ୍ଷା ପାଇଁ ଏହା ଏକ ଅଭିଯାନ ।

ଓଡ଼ିଆଙ୍କର ନିଚ୍ଛକ ପରିଚୟ ଭାବେ ଓଡ଼ିଆଣୀମାନେ ଯେଉଁ ପରମ୍ପରା ଓ ପ୍ରଥା ପାଳନ କରି ଆସିଥାଆନ୍ତି ସେଗୁଡିକୁ ଉପସ୍ଥାପନ କରିବାର ଅବସର ହେଉଛି ଏହି ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ମୂଳ ଲକ୍ଷ୍ୟ । ତନ୍ମଧ୍ୟରେ ଝୋଟି, ପିଠା, ମୁରୁଜ, ଢଗଢମାଳି, ଶଙ୍ଖଫୁଙ୍କା, ହୁଳହୁଳି, ପୁରାଣ ଆବୃତ୍ତି, ପାରମ୍ପରିକ ସଂଗୀତ, ଓଡ଼ିଆ ଭାଷାଜ୍ଞାନ, ଦଳଗତ ଆଲୋଚନା ଓ ଓଡ଼ିଆଣୀ ବେଶଭୂଷାକୁ ନେଇ ପରିକଳ୍ପିତ ଏହି ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଦଳଗତ ଆଲୋଚନାକୁ ପ୍ରତିଯୋଗିତାରେ ସାମିଲ କରାଯାଇଛି । ଏହି ମହୋତ୍ସବ ଚଳିତ ବର୍ଷ ମକର ସଂକ୍ରାନ୍ତି, ଓଡ଼ିଆ ବନ୍ଧୁତ୍ୱ ଦିବସରୁ ଆରମ୍ଭ ହେବା ସହ ଓଡ଼ିଆ ମହୋତ୍ସବର ଆକର୍ଷଣୀୟ କାର୍ୟ୍ୟକ୍ରମ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଉତ୍କଳ ଦିବସ ଠାରୁ ଆରମ୍ଭ ହୋଇଛି ।

ଯାହାକି ଆସନ୍ତା ଏପ୍ରିଲ ୧୦,୧୧,୧୨,୧୩ ଓ ୧୪ ପାଞ୍ଚଦିନ ଧରି ସଂଧ୍ୟା ୭ ଘଟିକାରେ ଏକାମ୍ର ହାଟଠାରେ ଅନୁଷ୍ଠିତ ହେବାକୁ ଥିବା ଉଦ୍‌ଯାପନୀ ଉତ୍ସବ ସହ ଶେଷ ହେବ । ପ୍ରତ୍ୟହ ସଂଧ୍ୟାରେ ଏକାମ୍ର ହାଟଠାରେ ଓଡ଼ିଆ ଭାଷା,ସଂସ୍କୃତି,ପରମ୍ପରା,ଐତିହ୍ୟ ପ୍ରେମୀ ଓଡ଼ିଆ ଭାବେ ଉପସ୍ଥିତ ରହି ଏହି ଅଭିଯାନକୁ ଉତ୍ସାହିତ କରିବା ପାଇଁ ସଂଭାବନା ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସଂସ୍ଥାର ସଂପାଦକ ତଥା ପରିଚାଳନା ଟ୍ରଷ୍ଟି ଦେବ ପ୍ରସାଦ ପରିଜା, ଭାଷାବିତ୍ ଡ.ଦେବାଶିଷ ମହାପାତ୍ର ସଂଭାବନା ଓଡିÿଆଣୀ ସମିତିର ସଭାନେତ୍ରୀ ସୌଦାମିନୀ ସାମଲ, ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ଅନୁରୋଧ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆଣୀ ରେଖା ସାହୁ, ସୌଭାଗ୍ୟ ଲକ୍ଷ୍ମୀ ମହାନ୍ତି ଅସ୍ମିତା ପାଣିଗ୍ରାହୀ, ସୌଦାମିନୀ ମହାନ୍ତି, ବିଜୟଲକ୍ଷ୍ମୀ ପତି ପ୍ରମୁଖ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’