Masthead

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ହେବାକୁ ଥିବା ୩୮-ବାଲେଶ୍ୱର ଓ ୧୦୨ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ରାଜନୈତିକ ସ୍ଥିତି ସରଗରମ ହେଉଛି । ଦୁଇଦିନ ପୂର୍ବେ ବିଜେପି ଏହି ଦୁଇ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଆଜି ବିଜେଡି ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ବିଜେଡି ବାଲେଶ୍ୱର ବିଧାନସଭା ଆସନ ପାଇଁ ସ୍ୱରୁପ କୁମାର ଦାସଙ୍କୁ ପ୍ରାର୍ଥୀ କରିଛି । ସ୍ୱରୂପ ହେଉଛନ୍ତି ପୂର୍ବତନ ବାଲେଶ୍ୱର ନଗରପାଳ ସ୍ୱର୍ଗତ ଅରୂପ କୁମାର ଦାସଙ୍କ ଭାଇ । ସେହିପରି ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଛି । ବିଜୟ ଶଙ୍କର ହେଉଛନ୍ତି ପୂର୍ବତନ ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ । ସେପଟେ ବାଲେଶ୍ୱର ଆସନ ପାଇଁ ପୂର୍ବତନ ସାଂସଦ ରବି ଜେନା ଓ ତାଙ୍କ ପତ୍ନୀଙ୍କ ନାମ ଚର୍ଚ୍ଚାରେ ରହିଥିଲା । ବିଜେପିରୁ ରଘୁ ମହାନ୍ତିଙ୍କୁ ଆଣି ଟିକେଟ ଦିଆଯାଇ ପାରେ ବୋଲି ଚର୍ଚ୍ଚା ହେଉଥିଲା । ବାଲେଶ୍ୱର ପାଇଁ ଅଭିନେତା ଅରିନ୍ଦମଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଥିଲା ।

ଏପରିକି ରବି ଜେନା ଓ ରଘୁମହାନ୍ତିଙ୍କ ନିକଟକୁ କାଳେ ନବୀନ ନିବାସରୁ କଲ ଯାଇଥିବା ଚର୍ଚ୍ଚା ଜୋର ହେଉଛି । ଅନ୍ୟପକ୍ଷରେ ଟିକେଟ ପାଇବାକୁ ଆଶା ବାନ୍ଧିଥିବା ଜେନା ପରିବାର ଆଜି ସକାଳୁ ହତୋତ୍ସାହିତ ହୋଇ ପଡ଼ିଥିଲେ । ତାଙ୍କ ବିରୋଧରେ ବିଜେଡି ନେତା ଜୀବନ ପ୍ରଦୀପ ଦାସ ଲାଗିଥିବା ଚର୍ଚ୍ଚା ହେଉଥିଲା । ଟିକେଟ ମିଳିବା ଆଶା ନ ଥିବାରୁ ଆଜି ସକାଳୁ ଜେନା ପରିବାର ବାଲେଶ୍ୱରରେ ଖୋଲିଥିବା ତାଙ୍କ ଦଳୀୟ କାର୍ଯ୍ୟାଳୟକୁ ବନ୍ଦ କରିଦେଇଥିବା କୁହାଯାଉଛି ।

ବାଲେଶ୍ୱର ବିଧାନସଭା ଆସନର ପ୍ରାର୍ଥୀ ପାଇଁ ଅନେକ ବାଦବିବାଦ ଥିବା ବେଳେ ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରି ନୂଆ ମୁହଁକୁ ସ୍ଥାନ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?