Masthead

ଉପନିର୍ବାଚନ ପାଇଁ ଉଠୁଛି ପଡୁଛି ଝାରସୁଗୁଡ଼ା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉପନିର୍ବାଚନ ପାଇଁ ଉଠୁଛି ପଡୁଛି ଝାରସୁଗୁଡ଼ା । କଂଗ୍ରେସ, ବିଜେପି ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ କରିସାରିଥିବା ବେଳେ ଆଜି ବିଜେଡି ଭରିଛି ନାମାଙ୍କନ । ତେଣେ ଦ୍ୱାର ଦ୍ୱାର ବୁଲି ଭୋଟ ଭିକ୍ଷାରେ ମାତିଲେଣି ବିରୋଧୀ ।  ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା । ନାମାଙ୍କନ ଦାଖଲ ପୂର୍ବରୁ ଗାଁ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କରୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଲି ଦାସ । ବିଭୁ ଆଶୀର୍ବାଦ ପରେ ଦୀପାଲି ବାହାରିଥିଲେ ଝାରସୁଗୁଡ଼ା ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ଅଫିସ ଅଭିମୁଖେ । ବିଜେଡିର ପର୍ଯ୍ୟବେକ୍ଷକଙ୍କ ସହ ବହୁ କର୍ମୀ ଓ ନେତା ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ପରେ ଦୀପାଲି ୪ସେଟ୍ ନାମାଙ୍କନପତ୍ର ଦାଖଲ କରିଥିଲେ ।

ପ୍ରାର୍ଥିପତ୍ର ଦାଖଲ କରିସାରିଥିବା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଦ୍ୱାର ଦ୍ୱାର ବୁଲି ଭୋଟ ଭିକ୍ଷା କରୁଛନ୍ତି । ସିମ୍ପାଥି ମାହୋଲ କିଛି ନାହିଁ । ବିରେନ ପାଣ୍ଡେଙ୍କୁ ଲୋକେ ମନେରଖିଛନ୍ତି । ତାଙ୍କ ପୁଅ ତରୁଣ ପାଣ୍ଡେ ଲୋକାଲ ପିଲା । ଯେତେ ଛିଡା ହେଉଛନ୍ତି ବାହାରର । ଲୋକ ଚିନ୍ତା କଲେଣି ମାଟିର ପିଲାକୁ ଭୋଟ ଦେବେ  ସରିଲା ନାମାଙ୍କନ । ଏବେ ଜମିବ ପ୍ରଚାର । ନିଷ୍ପତ୍ତି ନେବେ ଭୋଟର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା