Masthead

ବଢି ଚାଲିଛି ଆନ୍ଧ୍ରର ମନମାନି, କୋଟିଆ ସ୍କୁଲରୁ କାଟିଲା ବିଜୁଳି

କୋଟିଆ(ବଡ଼ ଖବର ବ୍ୟୁରୋ): ପଡ଼ୋଶୀଙ୍କ ଚକ୍ରାନ୍ତ ଯୋଗୁଁ ସଙ୍କୁଚିତ ହେବାରେ ଲାଗିଛି ଓଡ଼ିଶା ସୀମା । ଗଞାମ, ରାୟଗଡା, ଗଜପତି, କୋରାପୁଟ, ନୂଆପଡା, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ସୀମା ବିବାଦ ଥମିବାର ନାଁ ଧରୁନି । କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜ ନେଇ ପଡ଼ୋଶୀ ଆନ୍ଧ୍ର ସହ ବିବାଦ ଚରମ ସୀମାରେ ପହଞ୍ଚିଛି । କୋଟିଆ ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗିଥିବା ତାଡିବାଲାସାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିଷ୍ଠା ହୋଇଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍କୁଲ । କିନ୍ତୁ ୨୦୧୮ ମସିହାରେ ଏହାକୁ ଆବାସିକ ସ୍କୁଲ ଭାବେ ସରକାର ଘୋଷଣା କରିଛନ୍ତି ।

ଏଠାରେ ନିର୍ମାଣ ହୋଇଥିବା ଛାତ୍ରାବାସ ଓ ସ୍କୁଲକୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା । ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି ଓ ସଚେତନ ନାଗରିକ ମାନଙ୍କର ବାରମ୍ବାର ଦାବି ସତ୍ତ୍ୱେ ଓଡ଼ିଶା ସରକାର କେବଳ ବିଦ୍ୟୁତ ଖୁଣ୍ଟ ପୋତି ହାତ ଯୋଡି ବସି ଯାଇଥିଲେ । ଛାତ୍ରାବାସର ପିଲାଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ମାଝୀ ସମସ୍ତ ଉଦ୍ୟମ କରି ଫେଲ ମାରିଥିଲେ । ବାଧ୍ୟ ହୋଇ ସେ ନିଜ ଘର ପାଇଁ ବିଜୁଳୀ ସଂଯୋଗ ଆଣିଥିଲେ । ପରେ ସେ ସ୍କୁଲକୁ ସଂଯୋଗ ଦେଇଥିଲେ । ଆନ୍ଧ୍ର ଅଧିକାରୀ ମାନେ ଏହା ଜାଣିବା ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ । ସ୍କୁଲକୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବା ସହ ରାମଚନ୍ଦ୍ରଙ୍କୁ ୧୦ହଜାର ଟଙ୍କା ଜରିମାନା କରିଛନ୍ତି । ସ୍କୁଲ ଓ ଛାତ୍ରାବାସକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୋଲାର ଲାଇଟ ଆଉ କାମ କରୁନାହିଁ । ବ୍ୟାଟେରୀ ଅଚଳ ହୋଇ ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ