Masthead

ଭୁପେଶ ବାଘେଲ ଜାଣିଶୁଣି ଓଡ଼ିଶାକୁ ପ୍ରତାରିତ କରୁଛନ୍ତି: ଦେବୀ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଜବାବ ରଖିଛି ବିଜେଡି । ଦଳ ପକ୍ଷରୁ ପ୍ରତିକ୍ରିୟା ରଖି ବିଧାୟକ ଦେବୀ ମିଶ୍ର କହିଛନ୍ତି ଓଡ଼ିଶା କାହା ଦୟାର ପାତ୍ର ନୁହେଁ । ଆନ୍ତଃ ରାଜ୍ୟ ନଦୀ ମହାନଦୀରେ ଆମର ହକ୍ ରହିଛି । ତାହା ଆମର ନାର୍ୟ୍ୟ ହକ୍ । ୧୯୪୭ ମସିହାରେ ହୋଇଥିବା ନିୟମ ଅନୁଯାୟୀ ଆମର ଦୁଇ ତୃତୀୟାଂଶ ଜଳ ପାଇବାର ହକ୍ ରହିଛି । ଲୀନ୍ ପିରିୟଡ଼ରେ ନଭେମ୍ବରରୁ ମେ ମଧ୍ୟରେ ୨ ମିଲିୟନ ଏକର ଫୁଟ ଜଳ ଛାଡ଼ିବା ପାଇଁ ଅନୁରୋଧ କରିଥିଲେ ।

ଏ ନେଇ ଆମେ ଟ୍ରିବ୍ୟୁନାଲ ରେ ବି ଦରଖାସ୍ତ ଦେଇଛୁ । ଭୁପେଶ ବାଘେଲ ଜାଣିଶୁଣି ଓଡ଼ିଶାର ସ୍ୱାର୍ଥକୁ ପ୍ରତାରିତ କଲା ଭଳି କହୁଛନ୍ତି । ସମସ୍ତ ଆଇନ କାନୁନ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଦେଇଛନ୍ତି । ଆନ୍ତଃ ରାଜ୍ୟ ନଦୀରେ ଓଡ଼ିଶାର ହକ୍ ନାହିଁ ବୋଲି ସେ କେମିତି କହୁଛନ୍ତି । କେନ୍ଦ୍ରର ଦାୟିତ୍ୱ ରହିଛି ଏହି ମାମଲାର ସମାଧାନ କରିବା କଥା କିନ୍ତୁ କେନ୍ଦ୍ର ମନ୍ତ୍ରୀ ଯେଉଁ ଭଳି କହୁଛନ୍ତି ଛତିଶଗଡ଼ ୨ ହାଜର ଏକର ଭିତରେ କରି ପାରିବ କିଛି ବେଆଇନ ହୋଇନି ତାହା ଦୁର୍ଭାଗ୍ୟଜନକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ