Masthead

ଭୁପେଶ ବାଘେଲ ଜାଣିଶୁଣି ଓଡ଼ିଶାକୁ ପ୍ରତାରିତ କରୁଛନ୍ତି: ଦେବୀ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଜବାବ ରଖିଛି ବିଜେଡି । ଦଳ ପକ୍ଷରୁ ପ୍ରତିକ୍ରିୟା ରଖି ବିଧାୟକ ଦେବୀ ମିଶ୍ର କହିଛନ୍ତି ଓଡ଼ିଶା କାହା ଦୟାର ପାତ୍ର ନୁହେଁ । ଆନ୍ତଃ ରାଜ୍ୟ ନଦୀ ମହାନଦୀରେ ଆମର ହକ୍ ରହିଛି । ତାହା ଆମର ନାର୍ୟ୍ୟ ହକ୍ । ୧୯୪୭ ମସିହାରେ ହୋଇଥିବା ନିୟମ ଅନୁଯାୟୀ ଆମର ଦୁଇ ତୃତୀୟାଂଶ ଜଳ ପାଇବାର ହକ୍ ରହିଛି । ଲୀନ୍ ପିରିୟଡ଼ରେ ନଭେମ୍ବରରୁ ମେ ମଧ୍ୟରେ ୨ ମିଲିୟନ ଏକର ଫୁଟ ଜଳ ଛାଡ଼ିବା ପାଇଁ ଅନୁରୋଧ କରିଥିଲେ ।

ଏ ନେଇ ଆମେ ଟ୍ରିବ୍ୟୁନାଲ ରେ ବି ଦରଖାସ୍ତ ଦେଇଛୁ । ଭୁପେଶ ବାଘେଲ ଜାଣିଶୁଣି ଓଡ଼ିଶାର ସ୍ୱାର୍ଥକୁ ପ୍ରତାରିତ କଲା ଭଳି କହୁଛନ୍ତି । ସମସ୍ତ ଆଇନ କାନୁନ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଦେଇଛନ୍ତି । ଆନ୍ତଃ ରାଜ୍ୟ ନଦୀରେ ଓଡ଼ିଶାର ହକ୍ ନାହିଁ ବୋଲି ସେ କେମିତି କହୁଛନ୍ତି । କେନ୍ଦ୍ରର ଦାୟିତ୍ୱ ରହିଛି ଏହି ମାମଲାର ସମାଧାନ କରିବା କଥା କିନ୍ତୁ କେନ୍ଦ୍ର ମନ୍ତ୍ରୀ ଯେଉଁ ଭଳି କହୁଛନ୍ତି ଛତିଶଗଡ଼ ୨ ହାଜର ଏକର ଭିତରେ କରି ପାରିବ କିଛି ବେଆଇନ ହୋଇନି ତାହା ଦୁର୍ଭାଗ୍ୟଜନକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି