Masthead

ଚିକିତ୍ସା ଅଭାବରୁ ଚାଲିଗଲା ନାବାଳକର ଜୀବନ

ବାରିପଦା(ବଡ଼ ଖବର ବ୍ୟୁରୋ): ଭତ୍ତା ଟଙ୍କା ନେଲା ଜଣେ ନାବାଳକର ଜୀବନ । ମୃତ ପୁଅର ଫଟୋକୁ ଧରି ଗୁମୁରି ଗୁମୁରି କାନ୍ଦୁଛି ମାଆ । ତେଣେ ପୁଅର ଟ୍ରାଇ ସାଇକେଲକୁ ଧରି ବାପା ଚାହିଁ ବସିଛି । ଯାହା ଦେଖିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ । ପୂରା ଘଟଣା ଶୁଣିଲେ, ବୁଝିପାରିବେ ସରକାରୀ ଯୋଜନାକୁ ଅଧିକାରୀମାନେ କିପରି ପରିଚାଳନା କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଝୀଙ୍କପଦା ପଂଚାୟତ ସୌଭାଗ୍ୟଦେଇପୁର ଗ୍ରାମର ରମେଶ ଦେହୁରୀଙ୍କ ପୁଅ ହେଲେ ୧୧ ବର୍ଷର ଭୋଳାଶଙ୍କର । ଯିଏ କି ୯୦ ପ୍ରତିଶତ ଭିନ୍ନକ୍ଷମ । ସେ ଦୁଇଦିନ ତେ ଅସୁସ୍ଥ ହୋଇ ଗୁରୁତର ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ରମେଶଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ । ରମେଶ ନିକଟସ୍ଥ ଶିବ ମନ୍ଦିର ସମ୍ମୁଖରେ ଫୁଲ ଏବଂ ବେଲପତ୍ର ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି । ଚାରି ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡ କରିବା କଷ୍ଟକର ହୋଇଥିବା ବେଳେ ପୁଅ ଭୋଳାଶଙ୍କର ବିଭିନ୍ନ ସମୟରେ ଅସୁସ୍ଥ ହୋଇପଡନ୍ତି । ପାଖରେ ସମ୍ବଳ ନ ଥିବାରୁ ଭୋଳାଶଙ୍କରକୁ ମିଳୁଥିବା ୭ଶହ ଟଙ୍କା ଭିନ୍ନକ୍ଷମ ଭତ୍ତାରେ ତାଙ୍କର ଚିକିତ୍ସା ହୋଇଥାଏ । ହେଲେ ୫ ମାସ ହେବ ତାଙ୍କୁ ଭତ୍ତା ମିଳିନାହିଁ । ସେ ୫ ମାସ ହେବ ଔଷଧ ନଖାଇ ଗୁରୁତର ହୋଇ ପଡିଥିଲେ । କପ୍ତିପଦା ବିଡିଓ ପୂରା ଘଟଣା ଶୁଣିବା ପରେ ନିଜ ଉପରୁ ଦୋଷ ଖସାଇ ତଦନ୍ତ କରିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ