Masthead

ଚିକିତ୍ସା ଅଭାବରୁ ଚାଲିଗଲା ନାବାଳକର ଜୀବନ

ବାରିପଦା(ବଡ଼ ଖବର ବ୍ୟୁରୋ): ଭତ୍ତା ଟଙ୍କା ନେଲା ଜଣେ ନାବାଳକର ଜୀବନ । ମୃତ ପୁଅର ଫଟୋକୁ ଧରି ଗୁମୁରି ଗୁମୁରି କାନ୍ଦୁଛି ମାଆ । ତେଣେ ପୁଅର ଟ୍ରାଇ ସାଇକେଲକୁ ଧରି ବାପା ଚାହିଁ ବସିଛି । ଯାହା ଦେଖିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ । ପୂରା ଘଟଣା ଶୁଣିଲେ, ବୁଝିପାରିବେ ସରକାରୀ ଯୋଜନାକୁ ଅଧିକାରୀମାନେ କିପରି ପରିଚାଳନା କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଝୀଙ୍କପଦା ପଂଚାୟତ ସୌଭାଗ୍ୟଦେଇପୁର ଗ୍ରାମର ରମେଶ ଦେହୁରୀଙ୍କ ପୁଅ ହେଲେ ୧୧ ବର୍ଷର ଭୋଳାଶଙ୍କର । ଯିଏ କି ୯୦ ପ୍ରତିଶତ ଭିନ୍ନକ୍ଷମ । ସେ ଦୁଇଦିନ ତେ ଅସୁସ୍ଥ ହୋଇ ଗୁରୁତର ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ରମେଶଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ । ରମେଶ ନିକଟସ୍ଥ ଶିବ ମନ୍ଦିର ସମ୍ମୁଖରେ ଫୁଲ ଏବଂ ବେଲପତ୍ର ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି । ଚାରି ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡ କରିବା କଷ୍ଟକର ହୋଇଥିବା ବେଳେ ପୁଅ ଭୋଳାଶଙ୍କର ବିଭିନ୍ନ ସମୟରେ ଅସୁସ୍ଥ ହୋଇପଡନ୍ତି । ପାଖରେ ସମ୍ବଳ ନ ଥିବାରୁ ଭୋଳାଶଙ୍କରକୁ ମିଳୁଥିବା ୭ଶହ ଟଙ୍କା ଭିନ୍ନକ୍ଷମ ଭତ୍ତାରେ ତାଙ୍କର ଚିକିତ୍ସା ହୋଇଥାଏ । ହେଲେ ୫ ମାସ ହେବ ତାଙ୍କୁ ଭତ୍ତା ମିଳିନାହିଁ । ସେ ୫ ମାସ ହେବ ଔଷଧ ନଖାଇ ଗୁରୁତର ହୋଇ ପଡିଥିଲେ । କପ୍ତିପଦା ବିଡିଓ ପୂରା ଘଟଣା ଶୁଣିବା ପରେ ନିଜ ଉପରୁ ଦୋଷ ଖସାଇ ତଦନ୍ତ କରିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ