Masthead

ମନରେଗାକୁ ମାରିଦେବେ କେନ୍ଦ୍ର ସରକାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ନେଇ ଆରମ୍ଭ ହୋଇଛି ରାଜନୀତି  । ଗ୍ରାମାଞ୍ଚଳର ଲୋକଙ୍କ ହାତକୁ କାମ ଦେବା ପାଇଁ ଆରମ୍ଭ ହୋଇଥିବା   ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ଆଉ ହାତ ପାଉନି । ପ୍ରଥମେ ଅନୁଦାନ କମାଯାଇଥିଲା । ଏବେ ଶ୍ରମ ଦିବସକୁ କମାଇଦିଆଯାଇ ଥିବାରୁ ଆରମ୍ଭ ହୋଇଛି ରାଜନୀତି । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ମାରିଦେବେ । ମନରେଗାକୁ ମାରିଦେବେ କେନ୍ଦ୍ର ସରକାର । ପ୍ରଥମେ ଟଙ୍କା କମାଇଥିଲେ । ଏବେ କାମ କମିବ । ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ବିଜେଡି କହିଛି ମନେରଗା ଶ୍ରମିକଙ୍କ ଲାଗି ବଡ଼ ଯୋଜନା ଥିଲା । ଏହି ଯୋଜନାରେ କେନ୍ଦ୍ର ବହୁତ ଅର୍ଥ କମେଇ ଦେଇଛି । ଗାଁରେ କାମ କରିବାକୁ ଲୋକେ ଡରିଲେଣି । ମନେରେଗାରେ କାମ କଲେ ମାସ ମାସ ଧରି ମଜୁରି ପାଉନାହାନ୍ତି । ଏହା ବଡ଼ ଦୁଃଖର କଥା ।

କେନ୍ଦ୍ର ଉପରେ ଦୋଷ ନଦେଇ  ରାଜ୍ୟ ସରକାର ନିଜ ଦୋଷ ସ୍ୱୀକାର କରନ୍ତୁ ବୋଲି ବିଜେପି କହିଛି । ଦୁର୍ନୀତିର ଗନ୍ତାଘର ପାଲଟିଥିଲା ମନରେଗା । ମିଥ୍ୟା ବିଲ୍ କରି ସରକାରୀ ଟଙ୍କା ଲୁଟ୍ କରୁଥିଲେ । କେନ୍ଦ୍ର ସରକାର ରିପୋର୍ଟ ବାରମ୍ବାର ରିପୋର୍ଟ ମାଗୁଥିଲେ ମଧ୍ୟ ରାଜ୍ୟ ସରକାର ଚୁପ୍ ।

ତେଣେ କଂଗ୍ରେସ କହିଛି ମନରେଗା କଂଗ୍ରେସର ଯୋଜନା । ମନରେଗାରେ କାମ କରି ଶ୍ରମିକମାନେ ପରିବାର ଚଳାଉଥିଲେ । ମାତ୍ର ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକମାରଣ ନୀତି ଆପଣେଇଛନ୍ତି । ଗାଁରେ ଆଉ ମିଳିବନି କାମ । ରାଜ୍ୟ ବାହାରକୁ ବହୁ ସଂଖ୍ୟାରେ ଦାନଦ ଯିବାକୁ ବାଧ୍ୟ ହେବେ ଶ୍ରମିକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ