Masthead

ପୋଖରୀରୁ ନାବାଳକ ମୃତଦେହ ଉଦ୍ଧାର

ଜଗନ୍ନାଥପ୍ରସାଦ (ବଡ଼ ଖବର ବ୍ୟୁରୋ): ପୋଖରୀରୁ ନାବାଳକ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର । ଗଞ୍ଜାମ ଜିଲ୍ଲ । ଜଗନ୍ନାଥପ୍ରସାଦ ବ୍ଲକ ଅଲାଡି ପଂଚାୟତର କାଦପୋଡ଼ା ଗ୍ରାମ ସନ୍ନିକଟ କାଜୁଜଙ୍ଗଲରେ ଥିବା ବେଣାଘାଇ ନୂଆବନ୍ଧ ପାଣିରୁ କାଦପୋଡା ବଡ଼ଦାଣ୍ଡ ସାହିର ଶିବରାମ ପଣ୍ଡାଙ୍କ ପୁଅ ବିଘ୍ନରାଜ ପଣ୍ଡାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବିଘ୍ନରାଜ ସକାଳେ ଟିଉସନରୁ ଫେରି ସାଇକେଲ ଚଳାଇ ଗାଁ ଦାଣ୍ଡରେ ବୁଲୁଥିଲା । ତେବେ ଘରକୁ ଆସିବାରେ ବିଳମ୍ବ ଯୋଗୁଁ ଶିବରାମ ଖୋଜା ଖୋଜି କରି ନିରାଶ ହୋଇଥିଲେ । ପରେ ବେଣାଘାଇ ନିକଟରେ ପୁଅର ସାଇକେଲ ଥିବା ଦେଖି ସନ୍ଦେହ ହେବାରୁ ଘାଇ ଭିତରକୁ ଯାଇ ଖୋଜିଥିଲେ । ପାଣି ଭିତରେ ତାଙ୍କ ଗୋଡ଼ରେ ପୁଅର ମୃତଦେହ ବାଜିଥିଲା । ତାକୁ ଟେକି କୂଳକୁ ଆଣିବା ପରେ ଗ୍ରାମ ଲୋକଙ୍କୁ ଖବର ଦେଇଥିଲେ । ଲୋକେ ପହଂଚି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇ ତଦନ୍ତ ଆରମ୍ଭ କରିଛି । ବିଘ୍ନରାଜକୁ ହତ୍ୟା କରାଯାଇଥିବା ସନ୍ଦେହ କରି ପରିବାର ଲୋକେଅଭିଯୋଗ କରିବାରୁ ପୋଲିସ ହତ୍ୟା ମାମଲା ରୁଜୁ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ