Masthead

ପୋଖରୀରୁ ନାବାଳକ ମୃତଦେହ ଉଦ୍ଧାର

ଜଗନ୍ନାଥପ୍ରସାଦ (ବଡ଼ ଖବର ବ୍ୟୁରୋ): ପୋଖରୀରୁ ନାବାଳକ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର । ଗଞ୍ଜାମ ଜିଲ୍ଲ । ଜଗନ୍ନାଥପ୍ରସାଦ ବ୍ଲକ ଅଲାଡି ପଂଚାୟତର କାଦପୋଡ଼ା ଗ୍ରାମ ସନ୍ନିକଟ କାଜୁଜଙ୍ଗଲରେ ଥିବା ବେଣାଘାଇ ନୂଆବନ୍ଧ ପାଣିରୁ କାଦପୋଡା ବଡ଼ଦାଣ୍ଡ ସାହିର ଶିବରାମ ପଣ୍ଡାଙ୍କ ପୁଅ ବିଘ୍ନରାଜ ପଣ୍ଡାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବିଘ୍ନରାଜ ସକାଳେ ଟିଉସନରୁ ଫେରି ସାଇକେଲ ଚଳାଇ ଗାଁ ଦାଣ୍ଡରେ ବୁଲୁଥିଲା । ତେବେ ଘରକୁ ଆସିବାରେ ବିଳମ୍ବ ଯୋଗୁଁ ଶିବରାମ ଖୋଜା ଖୋଜି କରି ନିରାଶ ହୋଇଥିଲେ । ପରେ ବେଣାଘାଇ ନିକଟରେ ପୁଅର ସାଇକେଲ ଥିବା ଦେଖି ସନ୍ଦେହ ହେବାରୁ ଘାଇ ଭିତରକୁ ଯାଇ ଖୋଜିଥିଲେ । ପାଣି ଭିତରେ ତାଙ୍କ ଗୋଡ଼ରେ ପୁଅର ମୃତଦେହ ବାଜିଥିଲା । ତାକୁ ଟେକି କୂଳକୁ ଆଣିବା ପରେ ଗ୍ରାମ ଲୋକଙ୍କୁ ଖବର ଦେଇଥିଲେ । ଲୋକେ ପହଂଚି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇ ତଦନ୍ତ ଆରମ୍ଭ କରିଛି । ବିଘ୍ନରାଜକୁ ହତ୍ୟା କରାଯାଇଥିବା ସନ୍ଦେହ କରି ପରିବାର ଲୋକେଅଭିଯୋଗ କରିବାରୁ ପୋଲିସ ହତ୍ୟା ମାମଲା ରୁଜୁ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି