Masthead

କଂଗ୍ରେସର କମିଟିକୁ ନେଇ ଅସନ୍ତୋଷ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱେର (ବଡ଼ ଖବର ବ୍ୟୁରୋ): କଂଗ୍ରେସର କମିଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ମତେ ଦାୟିତ୍ଵର ଆବଶ୍ୟକତା ନାହିଁ। ଭାଲୁ ବାହିନୀପତି ନାଁ ହିଁ କାଫି। ମତେ ବରିଷ୍ଠ ଉପସଭାପତି କରିଥିବାରୁ ଧନ୍ୟବାଦ। ଏ କମିଟିରୁ ଇସ୍ତଫା ଦେଲେ କିଏ କ’ଣ ଭାବିବ ସେଥିପାଇଁ ଇସ୍ତଫା ଦେଇନି। କିନ୍ତୁ ମୋର ଏ କମିଟିରେ ରହିବା ପାଇଁ ଇଚ୍ଛା ନାହିଁ। ନିଜ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ଦେବାକୁ କହିଛନ୍ତି ତାରା ପ୍ରସାଦ । ସେ ଆହୁରୀ ମଧ୍ୟ କହିଛନ୍ତି, ଶରତ ପଟ୍ଟନାୟକ ଏବଂ ସାଂସଦ ଉଲକା କହୁଥିଲେ ମିନାକ୍ଷୀ ବାହିନୀପତିଙ୍କ ସ୍ଥାନରେ ଆଉ କାହାକୁ କରିବାକୁ। ଗୋଟେ ଘରୁ ୫ ଜଣଙ୍କୁ ପଦ ଦେଲେ ଦିଅନ୍ତୁ। ଏ କମିଟିରେ ଯେତେ ଜଣ ଅଛନ୍ତି ସେମାନେ ୯ରୁ ୯୦ ଆଣିବେ। ଶରତ ପଟ୍ଟନାୟକ କି ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ମୁଁ ଜାଣିନି। କିନ୍ତୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ