Masthead

ଶିଶୁମାନଙ୍କ ଉପରେ ବେଶି ପ୍ରଭାବ ପକାଉଛି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ । ଯାହାକି ଶିଶୁମାନଙ୍କ ଉପରେ ବେଶି ପ୍ରଭାବ ପକାଉଛି । ଭାରତରେ ୨ ବର୍ଷରୁ କମ ବୟସର ଶିଶୁମାନଙ୍କଠାରେ ଦେଖାଦେଇଛି ବୋଧଶକ୍ତି ସମସ୍ୟା । ବାୟୁ ପ୍ରଦୂଷଣ ଯୋଗୁଁ ଏହା ହୋଇଥାଇପାରେ ବୋଲି ଏକ ଅଧ୍ୟୟନରେ କୁହାଯାଇଛି । ଶିଶୁମାନଙ୍କର ୨ ବର୍ଷ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ ଶିଶୁମାନଙ୍କର ମସ୍ତିଷ୍କର ସର୍ବାଧିକ ଅଭିବୃଦ୍ଧି ହୋଇଥାଏ। ଏହି ସମୟରେ ଚିନ୍ତା କରିବା, ଅଭିଜ୍ଞତା ଏବଂ ଇନ୍ଦ୍ରୀୟାନୁଭୂତି ମାଧ୍ୟମରେ ଜ୍ଞାନ ଓ ବୁଦ୍ଧି ଆହରଣ କରିବା ପ୍ରକ୍ରିୟାକୁ ବୋଧଶକ୍ତି କୁହାଯାଏ।

ନିଷ୍କ୍ରିୟତା ପିଲାମାନଙ୍କ ଦୀର୍ଘମିଆଦୀ ମସ୍ତିଷ୍କ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ, ଯାହାର ପରିଣାମ ଜୀବନରେ ଅନୁଭୂତ ହୋଇପାରେ ବୋଲି ଗବେଷକମାନେ କହିଛନ୍ତି। ପିଲାଙ୍କଠାରେ ବୋଧଶକ୍ତି ଅଭାବ ସହ ନିମ୍ନମାନର ବାୟୁର ସମ୍ପର୍କ ରହିଥିବା ପ୍ରାରମ୍ଭିକ ଅଧ୍ୟୟନରୁ ଜଣାପଡ଼ିଛି। ଏହା ଭାବପ୍ରବଣତା ଏବଂ ଆଚରଣଗତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ, ଯାହା ପରିବାର ଉପରେ ଗମ୍ଭୀର ପ୍ରଭାବ ପକାଇପାରେ ବୋଲି ମୁଖ୍ୟ ଗବେଷକ ବ୍ରିଟେନ ୟୁନିଭର୍ସିଟି ଅଫ୍‌ ଇଷ୍ଟ ଆଙ୍ଗ୍ଲିଆର ପ୍ରଫେସର ଜନ୍‌ ସ୍ପେନ୍‌ସର କହିଛନ୍ତି। ବାୟୁରେ ଥିବା ଅତି କ୍ଷୁଦ୍ର କଣିକା ଅତ୍ୟନ୍ତ ଚିନ୍ତାଜନକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର