Masthead

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସଭାସ୍ଥଳରେ ନିଆଁ ଲଗାଇଲେ ମାଓବାଦୀ

ମଣିପୁର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସଭାସ୍ଥଳରେ ନିଆଁ ଲଗାଇଲେ ମାଓବାଦୀ । ଉଦ୍ଘାଟନର ଦିନକ ପୂର୍ବରୁ ବିଳମ୍ବିତ ରାତିରେ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ନ୍ୟୁ ଲାମକାରେ ଥିବା ପିଟି ସ୍ପୋର୍ଟ୍ସ କମ୍ପ୍ଳେକ୍ସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଆଜି ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ବିରେନ ସିଂ ଉଦ୍ଘାଟନ କରିଥାନ୍ତେ।  ତାହା ପୂର୍ବରୁ ସବୁ କିଛି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସ୍ଥିତିକୁ ନିୟନ୍ତ୍ରଣ ରଖିବା ପାଇଁ ଗତ ରାତିରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ଇଣ୍ଟରନେଟ ସେବାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ।

ସୂଚନାଅନୁଯାୟୀ ମଣିପୁରରେ ଘଟିଥିବା ହିଂସାକାଣ୍ଡ ଆଦିବାସୀ ନେତାଙ୍କ ଫୋରମ୍ ଦ୍ୱାରା ପରିଚାଳିତ ହୋଇଥିବା କୁହାଯାଉଛି । ସଂରକ୍ଷିତ ଓ ସୁରକ୍ଷିତ ଜଙ୍ଗଲ ଏବଂ ଦଳାଭୂଇଁ ଭଳି ଅଞ୍ଚଳରେ ‘ବିଜେପି’ ସରକାର କରୁଥିବା ସର୍ବେକ୍ଷଣକୁ ବିରୋଧ କରି ସେମାନେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ଉତ୍ତ୍ୟକ୍ତ ଜନତା ଚେୟାର୍‌ ଭଙ୍ଗାଭଙ୍ଗି କରିବା ସହିତ କାର୍ଯ୍ୟକ୍ରମ ସ୍ଥଳ ପରିସରରେ ଥିବା ଅନ୍ୟାନ୍ୟ ପ୍ରତିଷ୍ଠାନରେ ମଧ୍ୟ ଭଙ୍ଗାରୁଜା କରିଥିଲେ। ନିୟୁ ଲାମ୍‌କାସ୍ଥିତି ପି. ଟି. ସ୍ପୋର୍ଟସ୍‌ କମ୍ପ୍ଲେକ୍ସ୍‌ରେ ନବନିର୍ମିତ ‘ଜିମ୍‌’ରେ ଥିବା କ୍ରୀଡ଼ା ଉପକରଣଗୁଡ଼ିକୁ ବି ସେମାନେ ପୋଡ଼ି ପକାଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଚୁରାଚାନ୍ଦପୁର ପ୍ରଶାସନ ଜିଲ୍ଲାର ସୁରକ୍ଷା  ବଢାଇବା ସହ ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ସେବା ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ବେଳେ ୧୪୪ ଧାରା ଜାରି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ