Masthead

ଶବକୁ ଦୁଷ୍କର୍ମ ଭୟ, ପାକିସ୍ତାନରେ କବରରେ ପଡୁଛି ତାଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କବରରେ ତାଲା । ପାକିସ୍ତାନରେ କବରରେ ପଡୁଛି ତାଲା । ଶବକୁ ଦୁଷ୍କର୍ମ ଭୟ ଥିବାରୁ ଆତ୍ମୀୟମାନେ କବରରେ ତାଲା ପକାଇ ଦେଉଛନ୍ତି । ନେକ୍ରୋଫିଲିଆ ବା ଶବ ସହ ଯୌନ ସମ୍ପର୍କ ବୃଦ୍ଧି ପାଉଥିବାରୁ ମୃତ୍ୟୁ ପରେ ମଧ୍ୟ ମହିଳାମାନେ ପାକିସ୍ତାନରେ ସୁରକ୍ଷିତ ନୁହଁନ୍ତି । ପାକିସ୍ତାନରେ ୪୦ ପ୍ରତିଶତ ମହିଳାଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥାଏ । ପରିବାର ଲୋକେ ମହିଳାଙ୍କ ଶବକୁ କବର ଦେବାବେଳେ ତାଲା ପକାଇବାକୁ ବାଧ୍ୟ ହେଉଛନ୍ତି । କବରର ଚାରିପଟେ ସିମେଣ୍ଟ କାନ୍ଥ କରିବା ସହ ଗ୍ରୀଲ ଲଗାଇ ସେଥିରେ ତାଲା ପକାଇଦେଉଛନ୍ତି ।

ଆନ୍ତର୍ଜାତୀୟ ଗଣମାଧ୍ୟମରେ ଫଟୋ ସହ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବିଶ୍ୱ ସମୁଦାୟ ଚକିତ ହୋଇଯାଇଛି । ଶବ ସହ ଯୌନ ସମ୍ପର୍କ ବା ନେକ୍ରୋଫିଲିଆ ଘଟଣା ପାଇଁ ସ୍ଥାନୀୟ ଲୋକମାନେ ପାକିସ୍ତାନର କଠୋରପନ୍ଥୀ ବିଚାରଧାରାକୁ ଦାୟୀ କରିଛନ୍ତି । ୨୦୧୧ରେ ପାକିସ୍ତାନରେ ନେକ୍ରୋଫିଲିଆର ପ୍ରଥମ ଘଟଣା ଲୋକଲୋଚନକୁ ଆସିଥିଲା । କବରସ୍ଥାନକୁ ଜଗୁଥିବା କର୍ମଚାରୀ ମହମ୍ମଦ ରିଜୱାନକୁ ପୋଲିସ ଗିରଫ କରିଥିଲା । ୪୮ଟି ଯୁବତୀଙ୍କ ଶବ ସହ ମହମ୍ମଦ ରିଜୱାନ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ