Masthead

ଶବକୁ ଦୁଷ୍କର୍ମ ଭୟ, ପାକିସ୍ତାନରେ କବରରେ ପଡୁଛି ତାଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କବରରେ ତାଲା । ପାକିସ୍ତାନରେ କବରରେ ପଡୁଛି ତାଲା । ଶବକୁ ଦୁଷ୍କର୍ମ ଭୟ ଥିବାରୁ ଆତ୍ମୀୟମାନେ କବରରେ ତାଲା ପକାଇ ଦେଉଛନ୍ତି । ନେକ୍ରୋଫିଲିଆ ବା ଶବ ସହ ଯୌନ ସମ୍ପର୍କ ବୃଦ୍ଧି ପାଉଥିବାରୁ ମୃତ୍ୟୁ ପରେ ମଧ୍ୟ ମହିଳାମାନେ ପାକିସ୍ତାନରେ ସୁରକ୍ଷିତ ନୁହଁନ୍ତି । ପାକିସ୍ତାନରେ ୪୦ ପ୍ରତିଶତ ମହିଳାଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥାଏ । ପରିବାର ଲୋକେ ମହିଳାଙ୍କ ଶବକୁ କବର ଦେବାବେଳେ ତାଲା ପକାଇବାକୁ ବାଧ୍ୟ ହେଉଛନ୍ତି । କବରର ଚାରିପଟେ ସିମେଣ୍ଟ କାନ୍ଥ କରିବା ସହ ଗ୍ରୀଲ ଲଗାଇ ସେଥିରେ ତାଲା ପକାଇଦେଉଛନ୍ତି ।

ଆନ୍ତର୍ଜାତୀୟ ଗଣମାଧ୍ୟମରେ ଫଟୋ ସହ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବିଶ୍ୱ ସମୁଦାୟ ଚକିତ ହୋଇଯାଇଛି । ଶବ ସହ ଯୌନ ସମ୍ପର୍କ ବା ନେକ୍ରୋଫିଲିଆ ଘଟଣା ପାଇଁ ସ୍ଥାନୀୟ ଲୋକମାନେ ପାକିସ୍ତାନର କଠୋରପନ୍ଥୀ ବିଚାରଧାରାକୁ ଦାୟୀ କରିଛନ୍ତି । ୨୦୧୧ରେ ପାକିସ୍ତାନରେ ନେକ୍ରୋଫିଲିଆର ପ୍ରଥମ ଘଟଣା ଲୋକଲୋଚନକୁ ଆସିଥିଲା । କବରସ୍ଥାନକୁ ଜଗୁଥିବା କର୍ମଚାରୀ ମହମ୍ମଦ ରିଜୱାନକୁ ପୋଲିସ ଗିରଫ କରିଥିଲା । ୪୮ଟି ଯୁବତୀଙ୍କ ଶବ ସହ ମହମ୍ମଦ ରିଜୱାନ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା