Masthead

ମା’ କାଳୀଙ୍କୁ ଅପମାନ ଘଟଣା, କ୍ଷମା ମାଗିଲା ୟୁକ୍ରେନ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ୟୁକ୍ରେନରେ ମା’ କାଳୀଙ୍କୁ ଅପମାନ ଘଟଣା । ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ୱିଟରେ ମାଆ କାଳୀଙ୍କ ଫଟୋକୁ ବିକୃତ କରି ପୋଷ୍ଟ କରିଥିଲେ । ଏଭଳି ପୋଷ୍ଟକୁ ଅପମାନଜନକ ଓ ‘ହିନ୍ଦୁଫୋବିକ୍’ ବୋଲି‌ କୁହାଯାଇଥିଲା। ଯାହାକୁ ନେଇ ଭାରତରେ ନେଟିଜେନ୍ (ଇଣ୍ଟରନେଟ୍ ବ୍ୟବହାରକାରୀ)ଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସେହି ଟ୍ୱିଟ୍‌କୁ ହଟାଇବା ସହ ଭାରତୀୟଙ୍କୁ କ୍ଷମା ମାଗିଛି ୟୁକ୍ରେନ । ୟୁକ୍ରେନ୍‌ ପକ୍ଷରୁ ଗତକାଲି ମଧ୍ୟରାତ୍ରରେ ଏକ ଟ୍ବିଟ୍‌ ହୋଇ ଲେଖାଯାଇଛି ଯେ ‘ଆମେ ଦୁଃଖିତ। ଭାରତୀୟ ସଂସ୍କୃତିକୁ ନେଇ ଆମ ମନରେ ଯଥେଷ୍ଟ ସମ୍ମାନ ରହିଛି। ୟୁକ୍ରେନର ଲୋକମାନେ ଭାରତୀୟ ସଂସ୍କୃତି ସମ୍ମାନ ଓ ସମର୍ଥନ କରନ୍ତି। ଫଟୋଟିକୁ ଏବେ ହଟାଇ ଦିଆଯାଇଛି।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ