Masthead

ଦିଲ୍ଲୀରେ ଖୋଲିଲା ବିଆରଏସର ରାଷ୍ଟ୍ରୀୟ ମୁଖ୍ୟାଳୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାତୀୟ ରାଜନୀତିର ପେଣ୍ଠସ୍ଥଳ ତଥା ଦେଶର ଧଡକନ୍ ରାଜଧାନୀ ଦିଲ୍ଲୀରେ ଭାରତ ରାଷ୍ଟ୍ରୀୟ ସମିତି ତା’ର କେନ୍ଦ୍ରୀୟ କାର୍ଯ୍ୟାଳୟ ଖୋଲିଛି । ଏହି ନୂତନ ଅଫିସକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତଥା ବିଆରଏସ୍ ମୁଖ୍ୟ ଆଜି ଉଦଘାଟନ କରିଛନ୍ତି । ବାସ୍ତୁଶାସ୍ତ୍ରର ପ୍ରତ୍ୟେକ ଦିଗ ଉପରେ ଧ୍ୟାନ ଦିଆଯାଇ ଏହି ଅଫିସ ନିର୍ମାଣ କରାଯାଇଛି । ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ କେସିଆର ନିଜ ଆସନରେ ବସିଥିଲେ । ବିଆରଏସ ଭବନ ନାମରେ ନାମିତ ଏହି ନୂତନ କାର୍ଯ୍ୟାଳୟ ନିର୍ମାଣ ତଦାରଖ କରୁଥିଲେ ତେଲେଙ୍ଗାନା ପୂର୍ତ୍ତମନ୍ତ୍ରୀ ପ୍ରସନ୍ଥ ରେଡ୍ଡୀ ଓ ରାଜ୍ୟସଭା ସାଂସଦ ଯୋଗୀନାପଲ୍ଲି ସନ୍ତୋଷ କୁମାର ।

୧୧ହଜାର ବର୍ଗ ଫୁଟ ଅଞ୍ଚଳରେ ନିର୍ମିତ ଏହି ୪ ମହଲା କୋଠାରେ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ । ବିଆରଏସର ବିଭିନ୍ନ ନେତାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଅଫିସ ପ୍ରକୋଷ୍ଠ । କ୍ୟାଣ୍ଟିନ ଓ ଅଭ୍ୟର୍ଥନା ପ୍ରକୋଷ୍ଠ ମଧ୍ୟ ରହିଛି । ୪ ସାଧାରଣ ସମ୍ପାଦକଙ୍କ ପାଇଁ ରହିଛି ସ୍ୱତନ୍ତ୍ର ପ୍ରକୋଷ୍ଠ । ଫାଷ୍ଟ ଫ୍ଲୋରରେ ରହିଛି ବିଆରଏସ ପ୍ରେସିଡେଣ୍ଟ କେସିଆରଙ୍କ ଚାମ୍ବର ସହ ଆଉ କିଛି ଚାମ୍ବର । ଦ୍ୱିତୀୟ ଓ ତୃତୀୟ ଫ୍ଲୋରରେ ରହିଛି ୨୦ ପ୍ରକୋଷ୍ଠ । ଏହା ମଧ୍ୟରେ ରହିଛି କାର୍ଯ୍ୟକାରୀ ସଭାପତିଙ୍କ ସୁଟ୍ ଓ ଅନ୍ୟ ୧୮ଟି ରୁମ । ବିଆରଏସକୁ ଜାତୀୟ ସ୍ତରରେ ଆଦୃତ କରିବା ପାଇଁ ଏହି ଅଫିସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା