Masthead

ନକଲି ମଦ ଜବତ, ୪ଗିରଫ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଅସ୍ତରଙ୍ଗ ବ୍ଳକ ତାଳଦା ଗ୍ରାମପଞ୍ଚାୟତର ବିଭିନ୍ନ ଗାଁରେ ପୁରୀ ମୋବାଇଲ ସ୍କ୍ୱାଡ ଓ ନିମାପଡା ଅବକାରୀ ସେକ୍ସନ ଦ୍ୱାରା ମିଳିତ ଚଢ଼ାଉ କରାଯାଇଛି । ଚଢାଉ ବେଳେ ନକଲି ଚୋରା ମଦ ଜବତ କରାଯିବା ସହ ୪ ଚୋରାମଦ ବେପାରୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କ ବିରୋଧରେ ୪ଟି ମାମଲା ଦାୟର ହୋଇଛି । ଏହାସହ ସେମାନଙ୍କୁ କୋର୍ଟ ଚାଲାଣ ଚରିଛି ପୋଲିସ ।

ସୂଚନା ପାଇ ଭୋର ସକାଳୁ ମୋବାଇଲ ସ୍କ୍ୱାଡ ଓ ଅବକାରୀ ବିଭାଗ ଆରମ୍ଭ କରିଥିଲା ତନାଘନା । ଚୋରା ଗଞ୍ଜେଇ, ବ୍ରାଉନ୍ ସୁଗାର ଓ ମଦ ବେପାରୀଙ୍କ ଘରେ ଚଢାଉ ହୋଇଥିଲା । ଅନ୍ୟପଟେ ଅନ୍ଧାରର ସୁଯୋଗ ନେଇ ୫ଜଣ ଚୋରା ମଦ ବେପାରୀ ଖସିଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଗିରଫ ହୋଇଥିବା ୪ ଅଭିଯୁକ୍ତ କିଶୋର ପରିଡା, ବିଭୂତି ନାୟକ, କୁନା ମହାନ୍ତି ଓ ମାନସ ସ୍ୱାଇଁଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କଠାରୁ ବିପୁଳ ପରିମାଣର ନକଲି ଚୋର।ମାଦ ଜବତ କରିଛି ପୋଲିସ ଓ ଅବକାରୀ ବିଭାଗ ।

ଅନ୍ୟପଟେ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚୋରାମଦ କାରବାର ଓ ଅସାମାଜିକ କାର୍ଯ୍ୟକଳାପ ବଢୁଥିବା ନେଇ ବୁଦ୍ଧିଜୀବୀ ମହଲ ପକ୍ଷରୁ ଅଭିଯୋଗ ହେଉଛି । ପୋଲିସ ଓ ଅବକାରୀ ବିଭାଗର ଅଚାନକ ଚଢାଉକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ